ଓଡିଶା

odisha

ETV Bharat / state

ରୋଜଗାର ଦେଇଛି ଜୈବିକ ପ୍ରଣାଳୀ ଚାଷ, କଣ୍ଟ୍ରାକ୍ଟରରୁ ସଫଳ ଚାଷୀ ପାଲଟିଛନ୍ତି ଅରବିନ୍ଦ - contractor become successful farmer

ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ କଂସର ଗ୍ରାମର ଅରବିନ୍ଦ ମହାନ୍ତି । 5 ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ । ଭଳିକି ଭଳି ପନି ପରିବା ସାଙ୍ଗକୁ ଫଳ ଚାଷ କରି ଜଣେ ସଫଳ ଚାଷୀର ପରିଚୟ ହାସଲ କରିଛନ୍ତି ଅରବିନ୍ଦ । ଅଧିକ ପଢନ୍ତୁ

contractor become successful farmer
କଣ୍ଟ୍ରାକ୍ଟରରୁ ସଫଳ ଚାଷୀ ପାଲଟିଛନ୍ତି ଅରବିନ୍ଦ

By

Published : Apr 2, 2023, 4:07 PM IST

ରୋଜଗାର ଦେଇଛି ଜୈବିକ ପ୍ରଣାଳୀ ଚାଷ

ରାଉରକେଲା:କଣ୍ଟ୍ରାକ୍ଟରରୁ ପାଲଟିଛନ୍ତି ସଫଳ ଚାଷୀ । ଜୈବିକ ପଦ୍ଧତିରେ ଉନ୍ନତ ଧରଣର ଜ୍ଞାନ କୌଶଳ ପ୍ରୟୋଗ କରି ଜଣେ ସଫଳ ଚାଷୀର ପରିଚୟ ହାସଲ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ କଂସର ଗ୍ରାମର ଅରବିନ୍ଦ ମହାନ୍ତି । ଜୈବିକ ପଦ୍ଧତିରେ ଚାଷ କରି ବର୍ତ୍ତମାନ ବର୍ଷକୁ ୨୦ରୁ ୨୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ପ୍ରାୟ ୫ ଏକର ଜମିରେ ଚାଷ କରିଛନ୍ତି ଅରବିନ୍ଦ । କ୍ଷେତରେ ସୁନ୍ଦର ପରିବା ସଙ୍ଗକୁ ଆମ୍ବ କଦଳୀ ସପେଟା ଭଳି ଫଳ ମଧ୍ୟ ଲଗାଇଛନ୍ତି । ସବୁଜ ପନିପରିବା ଯେପରି ବାଇଗଣ, ଟମାଟୋଠାରୁ ଆରମ୍ଭ କରି କଖାରୁ, ଲାଉ କ୍ଷେତରେ ଫଳିଛି । ପେସାରେ କଣ୍ଟ୍ରାକ୍ଟର କିନ୍ତୁ ନିଶା ତାଙ୍କର ଚାଷ । କଣ୍ଟ୍ରାକ୍ଟରରୁ ଜଣେ ସଫଳ ଚାଷୀ ପାଲଟିଛନ୍ତି ଜଣେ ଅରବିନ୍ଦ । ଜୈବିକ ଚାଷ ରୋଜଗାରର ପନ୍ଥା ହୋଇଛି । ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କୌଣସି ରାସାୟନିକ ସାର ବ୍ୟବହାର କରି ନୁହେଁ ସମ୍ପୂର୍ଣ୍ଣ ଭାବରେ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ଅରବିନ୍ଦ । ଅତ୍ୟାଧୁନିକ ପ୍ରଣାଳୀ ଉନ୍ନତ ଧରଣର ଜ୍ଞାନ କୌଶଳ ପ୍ରୟୋଗ କରି ସଫଳ ଚାଷୀ ହୋଇ ପାରିଛନ୍ତି । ରାଜ୍ୟ ସରକାରଙ୍କ କୃଷି ବିଭାଗ ଏବଂ OUAT ପକ୍ଷରୁ ସଫଳ ଚାଷୀର ପୁରସ୍କାର ପାଇଛନ୍ତି ଅରବିନ୍ଦ ମହାନ୍ତି ।

ରାଉରକେଲା ସହରରୁ ମାତ୍ର ୧୨ କିଲୋମିଟର ଦୂରରେ ନିଜର ପ୍ରାୟ ପାଞ୍ଚ ଏକର ଜମିରେ ଏଭଳି ପନି ପରିବା ଚାଷ କରିଛନ୍ତି । କେବଳ ପନି ପରିବାରେ ନୁହଁ ବରଂ ଫୁଲ ସହ ଫଳ ଯେପରି କଦଳୀ, ଆମ୍ବ, ସାପେଟା, ଲେମ୍ବୁ, ନଡ଼ିଆ ସହ ଅର୍କେଡ଼ ଫୁଲ ଚାଷ କରୁଛନ୍ତି ଅରବିନ୍ଦ । ପନିପରିବା ସହ ଗୋପାଳନ ଓ ମାଛ ଚାଷ ସହ ଜିଆ ଖତ ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଜୈବିକ ପ୍ରଣାଳୀରେ ସମୃଦ୍ଧ ଚାଷୀ ଭାବରେ ପରିଚୟ ହାସଲ କରିଛନ୍ତି ଅରବିନ୍ଦ । ଏହାସହ ସେ ଏହି ଆଖପାଖ ଅଞ୍ଚଳର ଲୋକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ଲୋକଙ୍କୁ ନିଜ ଚାଷ ତଦାରଖ ସହ ଛୋଟଛୋଟ କାର୍ଯ୍ୟ ସମ୍ପାଦନ କରିବା କାର୍ଯ୍ୟରେ ଲଗାଇଛନ୍ତି ଅରବିନ୍ଦ । ଯାହା ଫଳରେ ସେମାନେ ଆର୍ଥିକ ସଶକ୍ତ ହୋଇ ପାରୁଛନ୍ତି । ତେବେ ଜୈବିକ ଚାଷକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଅରବିନ୍ଦ ।

ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାରେ ଜଣେ ସମୃଦ୍ଧ ଚାଷୀ ଭାବରେ ପରିଚିତ ଅରବିନ୍ଦ ମହାନ୍ତି । ଆଗମୀ ଦିନରେ ଚାଷକୁ ଆହୁରି ଭଲ କରିବାକୁ ଚେଷ୍ଟା କରୁଛନ୍ତି ଅରବିନ୍ଦ । ଅରବିନ୍ଦଙ୍କ ଏହି ଚାଷ ପ୍ରଣାଳୀ ଯୁବ ପୀଢିଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details