ଓଡିଶା

odisha

ETV Bharat / state

ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଙ୍ଗନବାଡ଼ି କର୍ମଚାରୀ ସଂଘର ୫ ଦଫା ସମ୍ବଳିତ ଦାବିପତ୍ର - sundargarh Anganwadi Workers Union protest

ଅଲ୍‌ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ ପକ୍ଷରୁ ସୋମବାର 5 ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ...

ଅତିରିକ୍ତ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ଦେଲା ଅଙ୍ଗନବାଡ଼ି କର୍ମଚାରୀ ସଂଘ
ଅତିରିକ୍ତ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ଦେଲା ଅଙ୍ଗନବାଡ଼ି କର୍ମଚାରୀ ସଂଘ

By

Published : Sep 20, 2021, 10:37 PM IST

ସୁନ୍ଦରଗଡ଼:ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ଅନୁବନ୍ଧିତ ଅଲ୍‌ ଓଡିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘ ସୁନ୍ଦରଗଡ ଜିଲ୍ଲା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 5ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । କୋଭିଡ ନିୟମ ମାନି ଅତି ଅଳ୍ପ ସଂଖ୍ୟାରେ ପ୍ରତ୍ୟେକ ବ୍ଲକରୁ ଦୁଇ ଜଣ ଲେଖାଏଁ ପ୍ରତିନିଧିଙ୍କୁ ନେଇ ଆଜି ଏହି ଦାବିପତ୍ର ଦେଇଛି ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘ ।

ଅତିରିକ୍ତ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ଦେଲା ଅଙ୍ଗନବାଡ଼ି କର୍ମଚାରୀ ସଂଘ

ଏକ ଶୋଭାଯାତ୍ରାରେ ଆସି ଅଙ୍ଗନବାଡ଼ି କର୍ମୀମାନେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିିଥିଲେ । ଏହାପରେ ଏକ 5 ଜଣିଆ ଦଳରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ସେଥିମଧ୍ୟରେ ପ୍ରମୁଖ ଦାବି ଗୁଡିକ ହେଲା, ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ନଚେତ୍ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ସର୍ବନିମ୍ନ ମଜୁରୀ ପ୍ରଦାନ, ପ୍ରି-ପ୍ରାଇମେରୀ ଶିକ୍ଷା ନୀତି 2020 ଅନୁଯାୟୀ ଦେଶରେ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ, ସହାୟିକ ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ପ୍ରାଥମିକ ଶିକ୍ଷିକା ତଥା ସହାୟିକା ଶିକ୍ଷିକା ଭାବେ ପଦୋନ୍ନତି ଦେବା, ପିଏଫ ଏବଂ ଇଏସଆଇ (PF, ESI) ସହ ସାମାଜିକ ସୁରକ୍ଷା ପ୍ରଦାନ, ଅବସରକାଳୀନ ପେନସନ ତଥା ଗ୍ରାଚ୍ୟୁଟି ପ୍ରଦାନ କରିବା ।

ଅଙ୍ଗନବାଡ଼ି କର୍ମୀଙ୍କ ଏହି ନ୍ୟାର୍ଯ୍ୟ ଦାବି ଶୋଭାଯାତ୍ରାରେ ଅଖିଳ ଭାରତୀୟ ଅଙ୍ଗନବାଡ଼ି କର୍ମଚାରୀ ମହାସଂଘର ସର୍ବ ଭାରତୀୟ ସାଧାରଣ ସଂପାଦିକା ସୁଶ୍ରୀ ଅଞ୍ଜଳି ପଟେଲ, ଅଲ୍‌ ଓଡିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ରାଜ୍ୟ ଉପ ସଭାପତି କିଶୋର ପଣ୍ଡା ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details