ଓଡିଶା

odisha

ETV Bharat / state

ସାଂସଦ ଜୁଏଲ ଓରାମଙ୍କ ଟାର୍ଗେଟରେ 5T ସଚିବ, କହିଲେ ବ୍ୟୁରୋକ୍ରାର୍ଟ୍ସ ଲିଡ କରିବା ଦୁର୍ଭାଗ୍ୟଜନକ - ଭିକେ ପାଣ୍ଡିଆନଙ୍କୁ ଜୁଏଲ ଓରାମଙ୍କ ଟାର୍ଗେଟ

5T ସଚିବ ଭିକେ ପାଣ୍ଡିଆନଙ୍କ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଜଣେ ବ୍ୟୁରୋକ୍ରାର୍ଟ୍ସ ନେତୃତ୍ବ ନେଉଛନ୍ତି ରାଜନେତା ଚୁପ ଅଛନ୍ତି ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ଅଧିକ ପଢନ୍ତୁ

jual oram targets vk pandian
sunadargarh mp targets 5t secretary

By

Published : Jun 19, 2023, 10:24 AM IST

sunadargarh mp targets 5t secretary

ରାଉରକେଲା: ସାଂସଦ ଜୁଏଲ ଓରାମଙ୍କ ନିଶାନାରେ ଭିକେ ପାଣ୍ଡିଆନ । ବର୍ତ୍ତମାନ 5t ସଚିବ ଭିକେ ପାଣ୍ଡିଆନ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ସର୍ଭିସ କଣ୍ଡକ୍ଟ ରୁଲକୁ ବେପରୁଆ ଭାବରେ ଧଜିଆ ଉଡାଯାଉଥିବା କହିଛନ୍ତି ସାଂସଦ ଜୁଏଲ ଓରାମ । 5T ସଚିବଙ୍କୁ ଟାର୍ଗେଟ କରିଛି ବିଜେପି । ଭାରତୀୟ ସର୍ଭିସ ନିୟମ ଉଲ୍ଲଙ୍ଘନ ଓ ଶାସନ ବ୍ୟବସ୍ଥାକୁ ହାଇଜାକ କରିବା ଅଭିଯୋଗରେ ଛନ୍ଦି ହୋଇଛନ୍ତି ଭିକେ ପାଣ୍ଡିଆନ । ନିକଟରେ ଏକ ଘଟଣାକ୍ରମରେ ଓଡ଼ିଶାର 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଆଚରଣକୁ ନେଇ ଭାରତୀୟ ଜନତା ପାର୍ଟି ସମାଲୋଚନା କରିଛନ୍ତି । ଓଡିଶାରେ ନବୀନ ସରକାର ନୁହେଁ ତାମିଲ ସରକାର ଚାଲିଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଥିବା କଥାକୁ ସାଂସଦ ଜୁଏଲ ଓରାମ ସମର୍ଥନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସାଂସଦ ଜୁଏଲ ଓରାମ । ଓଡିଶାରେ ନବୀନ ସରକାର ନୁହେଁ ତାମିଲ ସରକାର କଥାକୁ ସମର୍ଥନ କରି ସାଂସଦ ଜୁଏଲ ଓରାମ କହିଛନ୍ତି, ''5T ସଚିବ ଭିକେ ପାଣ୍ଡିଆନ ଯେଉଁ ଭଳି ଭାବେ କାର୍ଯ୍ୟ ଚଳାଇଛନ୍ତି ତାହା ସମସ୍ତେ ଦେଖୁଛନ୍ତି । ତାହା ଲୋକ ବିଚାର କରିବେ । ପ୍ରଶ୍ନ ଅଛି ଜଣେ ରାଜନେତା ନେତୃତ୍ବ ନେବା କଥା ନା ଜଣେ ବ୍ୟୁରୋକ୍ରାର୍ଟ୍ସ ନେତୃତ୍ବ ନେବା କଥା । ଏହା ହିଁ ପ୍ରଶ୍ନ । ବ୍ୟୁରୋକ୍ରାର୍ଟ୍ସ ସେମାନଙ୍କ କାମ କରିବାର ଅଛି ରାଜନେତା ସେମାନଙ୍କ କାମ କରିବାର ଅଛି । କିନ୍ତୁ ପଲିଟିଲାକ ଲିଡରଙ୍କୁ ଚୁପ କରି ଦିଆଯାଉଛି ବ୍ୟୁରୋକ୍ରାର୍ଟ୍ସ ଲିଡ କରୁଛନ୍ତି ଏହା ଦୁର୍ଭାଗ୍ୟର କଥା । ଅପରାଜିତା ଷଡଙ୍ଗୀ ଏହା କହିଥିଲେ ଏହାକୁ ମୁଁ ସମର୍ଥନ କରୁଛି ।''

ମୁଖ୍ୟ ଶାସନ ସଚିବଙ୍କୁ ନେଇ ସାଂସଦ ଜୁଏଲ ଓରାମ କହିଛନ୍ତି, ''ସେଇଟା ଜଳ ଜଳ ହୋଇ ଦେଖାଯାଉଛି ମୁଖ୍ୟ ଶାସନ ସଚିବ କିଏ ବୋଲି ପଚାରିଲେ କିଛି ଲୋକ କହିପାରିବେ ନାହିଁ । ଏହା ଲୋକଙ୍କୁ ନିଷ୍ପତ୍ତି ନେବାର ଅଛି । ଓଡ଼ିଶାର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରାଯାଉଛି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ବିଧାନ ବ୍ୟବସ୍ଥାରେ ଭଲ ସ୍ଥିତି କି ନାହିଁ ତାହା ଲୋକ ସ୍ଥିର କରିବେ ।''

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛତା, ଟିମ୍ ୱାର୍କ, ଟେକ୍ନୋଲୋଜି, ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା ପାଇଁ 5ଟି ବ୍ୟବସ୍ଥା ପରିକଳ୍ପନା କରିଥିଲେ । ଏହି ପରିକଳ୍ପନାରେ ଅମଲାତନ୍ତ୍ରକୁ ଶୃଙ୍ଖଳିତ କରିବା ଏବଂ ଓଡ଼ିଶାବାସୀଙ୍କୁ ଦକ୍ଷ ସେବା ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଥିଲା । କିନ୍ତୁ ରାଜ୍ୟରେ ବ୍ୟୁରୋକ୍ରାଟ୍ସ ବର୍ତ୍ତମାନ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରଚାରରେ ଲାଗିଥିବା ଅଭିଯୋଗ କରିଛନ୍ତି ଜୁଏଲ ଓରାମ । 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିଜେପି ଟାର୍ଗେଟ କରିବା ଶାସନରେ ବ୍ୟୁରୋକ୍ରାଟ୍ସ ଓ ରାଜନୈତିକ ନେତାଙ୍କ ଭୂମିକାକୁ ନେଇ ତୀବ୍ର ବିତର୍କ ସୃଷ୍ଟି କରିଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details