ରାଉରକେଲା: ସହରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସିଆଇଏସଏଫ୍ ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରିରୀକ ଅକ୍ଷମତାରୁ ଅକୃତକାର୍ଯ୍ୟ ପରେ ଯୁବକ ଭିଆଇଲେ ଏପରି କାଣ୍ଡ । ବିଦ୍ୟୁତ ଖୁଣ୍ଟରେ ଚଢି ତାର ଧରି ଝୁଲିପଡ଼ିଲେ ଯୁବକ ।
ସୂଚନା ମୁତାବକ ଏହି ଯୁବକଙ୍କ ନାମ ଅରବିନ୍ଦ ପଟେଲ । ଘଟଣା ଘଟିଛି ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ । ମଙ୍ଗଳବାର ଏଠାରେ ସିଆଇଏସଏଫ୍ର ଚୟନ ପ୍ରକ୍ରିୟା ଚାଲିଥିଲା । ଏହି ଚୟନରେ ଶାରିରୀକ ଟେଷ୍ଟରେ ଅକୃତକାର୍ଯ୍ୟ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।