ଓଡିଶା

odisha

ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଭଙ୍ଗା ଛାତ ତଳେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ - ବିଦ୍ୟାଳୟକୁ ଅବହେଳା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଦ୍ୟାଳୟକୁ ଅବହେଳା । ଆମଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭଙ୍ଗା ଦଦରା ଶ୍ରେଣୀ ଗୃହରେ ପିଲାଙ୍କର ଚାଲିଛି ପାଠାପଢ଼ା । ଅଭିଯୋଗ ସତ୍ତ୍ବେ ଶୁଣୁନି ପ୍ରଶାସନ । ଅଧିକ ପଢ଼ନ୍ତୁ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

By

Published : Aug 6, 2023, 4:21 PM IST

ଭଙ୍ଗା ଛାତ ତଳେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ

ରାଉରକେଲା: ସ୍ମାର୍ଟ୍‌ ଢାଞ୍ଚାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ସରକାର ହାତକୁ ନେଇଛନ୍ତି ଅନେକ ଯୋଜନା ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଭଙ୍ଗା ଦଦରା ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା । କେତେବେଳେ କଣ ଅଘଟଣ ଘଟିବ ସେନେଇ କିଛି କହିହେବନି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲଣ୍ଡା ପଞ୍ଚାୟତରେ ଥିବା ଆମଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

୧୯୮୬ ମସିହାରେ ସ୍ଥାପନ ହୋଇଥିଲା ଆମଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଭଙ୍ଗା ଦଦରା କାନ୍ଥ, ସିମେଣ୍ଟ ଫାଟି ଆଁ କଲାଣି । ଉପରୁ ସିମେଣ୍ଟ ଛଡ଼ ଛାଡ଼ି କୌଣସି ଅଘଟଣ ଘଟିବାକୁ ଯେମିତି ଅପେକ୍ଷା କରିଛି । ହେଲେ ଏସବୁକୁ ଖାତିର ନକରି ନିଇତି ଏଠାକୁ ପାଠ ପଢ଼ିବାକୁ ଆସୁଛନ୍ତି 100ରୁ ଊର୍ଦ୍ଧ୍ବ ପିଲା । ଯେଉଁଠି ମଣିଷ ଛିଡ଼ା ହେବାକୁ ଭୟ ପାଇବ ସେଇଠି ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢୁ଼ଛନ୍ତି । କେତେବେଳେ ସିମେଣ୍ଟ ଖଣ୍ଡ ପଡୁ଼ଛି ତ କେତେବେଳେ ଅନବତର ଗଳୁଛି ପାଣି । କିନ୍ତୁ ଏସବୁ ଯେମିତି ପ୍ରଶାସନର ନିଘା ନାହିଁ । ସରକାରଙ୍କ ଦୃଷ୍ଟି ଅଭାବରୁ ଏଭଳି ଅବସ୍ଥା ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସ୍କୁଲ 5T ଅଧୀନରେ ଆସି ଉନ୍ନତ ସ୍କୁଲ ଭାବରେ ପରିଗଣିତ ହେଉଥିବା ବେଳେ ଏହି ସ୍କୁଲ୍‌ ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ବା ସରକାରଙ୍କ ନଜର ପଡ଼ି ପାରୁନାହିଁ । 5T ଅଧୀନରେ ସ୍କୁଲକୁ ନେବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବ୍ଲକ ଅଧିକାରୀ ବା ଜିଲ୍ଲା ପ୍ରଶାସନ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ଯଦି 5T ଅଧୀନରେ ଏହି ସ୍କୁଲକୁ ନିଆଯାଇ ରୂପାନ୍ତର କରାଯାଏ ବା ସରକାରୀ ବାବୁଙ୍କ ଦୃଷ୍ଟି ପଡ଼ିଲେ ଏହି ସ୍କୁଲ୍‌ର ଉନ୍ନତିକରଣ ହୋଇପାରିବ ବୋଲି କହିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ ।

ତେବେ ଏହି ସ୍କୁଲରେ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠପଢ଼ା ଚାଲିଛି । ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସେହିପରି ପିଲାଙ୍କ ଏବଂ ନିଜ ଜୀବନକୁ ଅନିଶ୍ଚିତତା ଘେରକୁ ନେଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ତେବେ କିଛିଦିନ ତଳେ ଜଣେ ଛାତ୍ର ଉପରେ ଏଭଳି ଛାତରୁ ଅତଡ଼ା ଖସିବା ଯୋଗୁଁ ଛାତ୍ର ଜଣକ ଗୁରୁତର ହୋଇଥିଲେ ଏହାପରେ ଏହି ସ୍କୁଲ୍‌ରୁ ଭୟରେ ପିଲାମାନଙ୍କୁ ବଦଳି କରିଦେଉଛନ୍ତି ଅଭିଭାବକ । ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍କୁଲ୍‌ରେ ୧୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ସ୍କୁଲ୍‌ ପ୍ରତି କେହି ଧ୍ୟାନ ଦେଉ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଏହା ମଧ୍ୟ ପଢନ୍ତୁ- ପଦାରେ ପଡ଼ିଲା ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଗଛମୂଳେ ଜ୍ଞାନ ଆହରଣ କରୁଛନ୍ତି କୁନିକୁନି ପିଲାଏ

ଏନେଇ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଅରୁଣ କୁମାର ମଲ୍ଲିକ କହିଛନ୍ତି,"ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶ୍ରେଣୀଗୃହ ଅଛି । ଆଉ ଏଥିପାଇଁ ୬ଟି ଶ୍ରେଣୀଗୃହ ଥିବା ବେଳେ ୪ଟି ଶ୍ରେଣୀଗୃହରେ ପାଠ ପଢ଼ାଇବା ଅସମ୍ଭବ । ତେଣୁ ଆଉ ଦୁଇଟି ଶ୍ରଣୀଗୃହରେ ପାଠପଢ଼ା ହେଉଛି । ହେଲେ ସେଠାରେ ମଧ୍ୟ ପାଣି ପଡ଼ୁଛି । ଏହି କାରଣରୁ ଚଳିତ ବର୍ଷ ଅନେକ ପିଲା ସ୍କୁଲ୍‌ରୁ ଟିସି ନେଇଗଲେ । ତେଣୁ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛୁ ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details