ଓଡିଶା

odisha

ETV Bharat / state

ଆଉ କେତେ ଦିନ ? ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲାଏ - କପରଣ୍ଡା ନ୍ୟୁଜ

ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ସ୍କୁଲ ଯାଆନ୍ତି କୁନିକୁନି ଛାତ୍ରଛାତ୍ରୀ । ଜଣେ କି 2ଜଣ ନୁହେଁ 15ରୁ 16ଜଣ ପିଲା ଏମିତି ପ୍ରତିଦିନ ଯାଇଥାନ୍ତି ସ୍କୁଲ । ଏହି କୋମଳମତି ପିଲାଏ ହେଲେ, ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକର କପରଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଅଧିକ ପଢନ୍ତୁ...

student problem

By

Published : Nov 19, 2019, 8:59 PM IST

Updated : Nov 19, 2019, 11:58 PM IST

ରାଉରକେଲା: କଳକାରଖାନା ସହିତ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲା । ହେଲେ ଆଜିଯାଏଁ ଜିଲ୍ଲାରେ ଲାଗିରହିଛି ଅନେକ ସମସ୍ୟା । ତେବେ ରାସ୍ତା ସମସ୍ୟା କଥା ନକହିବା ଭଲ । ଯେଉଁଥି ପାଇଁ ନାହିଁ ନଥିବା ଦୁଃଖ ଭୋଗୁଛନ୍ତି ସ୍ଥାନୀୟବାସୀନ୍ଦା ।

ଖତ ଖାଉଛି ଅଧାଗଢା ପୋଲ, ବାଜିରେ ସ୍କୁଲ ପିଲାଙ୍କ ଜୀବନ

ତେବେ ରାସ୍ତା ସମସ୍ୟା ପାଇଁ ମଧ୍ୟ କଷ୍ଟ ଭୋଗୁଛନ୍ତି ଆଗାମୀକାଲିର ଭବିଷ୍ୟତ । ବିପଦପୂର୍ଣ୍ଣ ଭାବେ ରାସ୍ତା ଅତିକ୍ରମ କରି ନିତିଦିନ ଯାଉଛନ୍ତି ପାଠପଢି । ଏପରିକି ବର୍ଷା ଦିନେ ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ଭବିଷ୍ୟତ ଗଢିବାକୁ ଯାଇଥାନ୍ତି କୁନିକୁନି ଛାତ୍ରଛାତ୍ରୀ । ଆମେ କହୁଛୁ ବିଶ୍ରା ବ୍ଲକର କପରଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ପିଲାଙ୍କ କଥା ।

ଖବରମୁତାବକ, ବରସୁଆଁ ଓ କପରଣ୍ଡା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଅଞ୍ଚଳର ଯୋଗାଯୋଗକୁ ସୁବ୍ୟବସ୍ଥିତ କରିବା ଏବଂ ଏହାର ବିକାଶ ପାଇଁ ଆଇଟିଡିଏ ପକ୍ଷରୁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଛି 50ଲକ୍ଷ ଟଙ୍କା । ପୋଲ ନିର୍ମାଣ ଆରମ୍ଭ ହୋଇଥିଲା 2ବର୍ଷ ତଳେ । କିନ୍ତୁ ଏଯାଏଁ ପୋଲ ଅଧାଖଣ୍ଡିଆ ହୋଇ ପଡିରହିଛି । ତେଣୁ ପ୍ରତିଦିନ ବାଧ୍ୟହୋଇ 15ରୁ 16 ଜଣ ପିଲା ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ।

ପିଲାମାନେ ବର୍ଷା ଦିନରେ ନାଳ ପାର ହୋଇ ସ୍କୁଲ ଯିବାସମୟରେ ଅନେକ ଥର ପାଣିରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଥିବା କହିଛନ୍ତି । ମନରେ ଭୟ ଥିଲେ ବି ଭବିଷ୍ୟ ଉଜ୍ବଳ କରିବା ପାଇଁ ନାଳ ପାର ହେବାକୁ ପଡିଥାଏ ବୋଲି ସେମାନେ କହିଛନ୍ତି । ଆହୁରି ମଧ୍ୟ ଛାତ୍ରଛାତ୍ରୀ କହିଛନ୍ତି ଯେ, ନାଳରେ ପାଣି ବେଶି ଥିଲେ ଶିକ୍ଷକମାନେ ଓ ଗାଁ ଲୋକମାନେ ଆସି ନାଳ ପାର କରାଇବାରେ ସାହାଯ୍ୟ କରିଥାନ୍ତି । କୋମଳମିତି ଶିଶୁମାନେ ଅନୁରୋଧ କରିଛନ୍ତି ଯେ, ଏଥିପ୍ରତି ସରକାର ଶୀଘ୍ର ଦୃଷ୍ଟି ଦିଅନ୍ତୁ ।

ତେବେ ସରକାର ପଛୁଆ ଅଞ୍ଚଳର ବିକାଶ କରୁଛନ୍ତି ବୋଲି କହୁଛନ୍ତି । ବର୍ତ୍ତମାନ ସମୟରେ ମୋ ସରକାର ଏବଂ ‘5T’ ଆରମ୍ଭ ହୋଇଛି । ତେବେ ପୋଲ କାମ ଏଯାଏଁ କାହିଁକି ଅଧାରେ ଅଟକିଛି ବୋଲି ପ୍ରଶ୍ନ ଉଠିଛି । ଏହା ସହ କଣ ଅଘଟଣ ଘଟିବା ପରେ ସରକାରଙ୍କ ଚେତା ପଶିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Nov 19, 2019, 11:58 PM IST

ABOUT THE AUTHOR

...view details