ରାଉରକେଲା: ସହରର ଏକ ହଷ୍ଟେଲରୁ ଉଦ୍ଧାର ହେଲା ନାବାଳକର ମୃତଦେହ । ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କାହିଁକି ଏଭଳି ଘଟଣା ଘଟିଛି ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି । ତେବେ ସହରର ଛେଣ୍ଡ ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଛି । ଏହା ଆତ୍ମହତ୍ୟା ନା ହତ୍ୟା ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ନିକଟରେ ଥିବା ‘ଅନ୍ୱେଷା’ ହଷ୍ଟେଲରୁ ନାବାଳକ ଛାତ୍ରର ମୃତ ଖବର ସମ୍ନାକୁ ଆସିଥିଲା । ନାବାଳକ ଜଣକ ରାଉରକେଲା ସହରରେ ପାଠ ପଢୁଥିଲେ । ନାବାଳକ ଜଣକ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଗ୍ରାମର କୃଷ୍ଣ କୁଜୁର । କୃଷ୍ଣ ନିଜର ଘରଠାରୁ ଦୂରରେ ରହି ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ । ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଷ୍ଟେଲ ରୁମ ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡି ନାହିଁ ।
ଏହା ମଧ୍ୟ ପଢନ୍ତୁ ....ନାବାଳିକାକୁ ଗଣଦୁଷ୍କର୍ମ ! ନୂଆବର୍ଷ ସେଲିବ୍ରେସନ ପରେ ଥିଲେ ନିଖୋଜ