ଓଡିଶା

odisha

By ETV Bharat Odisha Team

Published : Sep 1, 2023, 3:48 PM IST

ETV Bharat / state

ଶିକ୍ଷକଙ୍କ ମାଡ଼ ପରେ ଅସୁସ୍ଥ ହୋଇ ପଡ଼ିଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ

ଛାତ୍ରଙ୍କୁ ମାଡ଼ ମାରି ଅସୁସ୍ଥ କରିଦେଲେ ଶିକ୍ଷକ। ଅଭିଯୋଗ ପରେ ମଧ୍ୟ ହୋଇନାହିଁ କାର୍ଯ୍ୟନୁଷ୍ଠାନ । ଅଧିକ ପଢନ୍ତୁ

student ill after being beaten by school teacher
student ill after being beaten by school teacher

ଶିକ୍ଷକଙ୍କ ମାଡ଼ ପରେ ଅସୁସ୍ଥ ହୋଇ ପଡ଼ିଲେ ଛାତ୍ର

ରାଉରକେଲା:ପାଠପଢ଼ାପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବାକୁ ବିଦ୍ୟାଳୟକୁଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଏହାର ଅନୁପାଳନ କରି ନାହାନ୍ତି କେତେକ ଶିକ୍ଷକ ତଥା ଶିକ୍ଷୟିତ୍ରୀ । ଶିକ୍ଷକଙ୍କ ମାଡ଼ ପରେ ଜଣେ ଛାତ୍ର ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ସୋଲ ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ପାଣି ଆଣିବାକୁ ଯାଇ ବିଳମ୍ବରେ ଫେରିବାରୁ ଦୁଇଛାତ୍ରଙ୍କୁ ମାଡ ମାରିଲେ ଦୁଇଜଣ ଶିକ୍ଷକ । ଫଳରେ ଜଣେ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ବି ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଠାରେ ଥିବା ମହୁଲଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୨ ତାରିଖ ମହୁଲଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଚାରି ଜଣ ଛାତ୍ର ପାଣି ଆଣିବାକୁ ସ୍କୁଲ୍‌ ବାହାରକୁ ଯାଇଥିଲେ । ସେଥିମଧ୍ୟରୁ ଦୁଇ ଜଣ ଛାତ୍ର ସ୍କୁଲକୁ ଶୀଘ୍ର ଫେରିଥିବା ବେଳେ ଆଉ ଦୁଇ ଜଣ ଛାତ୍ର ହେମାନନ୍ଦ କିସାନ ଓ ଲଭ୍‌ ଭେଙ୍ଗରା ଫେରିବାରେ ବିଳମ୍ବ କରିଥିଲେ । ଫଳରେ ଶିକ୍ଷକଙ୍କ ଭୟରେ ଦୁଇ ଛାତ୍ର ସ୍କୁଲର ଅନ୍ୟ ଶ୍ରେଣୀରେ ଲୁଚି ବସିଥିଲେ । ହେଲେ କିଛି ସମୟ ପରେ ଶିକ୍ଷକ ଦୁଇ ଜଣ ଛାତ୍ରଙ୍କୁ ଦେଖି ଅଫିସ ଗୃହକୁ ଡାକି ନେଇଥିଲେ ।

ଏହାପରେ ଅଫିସ ଗୃହରେ ଦୁଇ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର କଉଡ଼ି ଓ ରଶନ ପଟେଲ ଉଭୟଙ୍କୁ ମାଡ଼ ମାରିଥିଲେ । ଯାହା ଫଳରେ ହେମାନନ୍ଦ କିସାନ ଅସୁସ୍ଥ ହୋଇପଡିଥିଲେ । ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ସୂଚନା ଦିଆଯାଇଯିବା ପରେ ସେ ପୁଅକୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାଡ଼ ଭୟରେ ହୋମାନନ୍ଦ ସ୍କୁଲ ଯିବାକୁ ମନା କରିବା ସହ ବାପାଙ୍କୁ ପୁରା ଘଟଣା ବିଷୟରେ କହିଥିଲେ । ହେମାନନ୍ଦଙ୍କ ବାପା ସ୍କୁଲକୁ ଯାଇ ଶିକ୍ଷକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଛୁଟିରେ ରହିଥିବା ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ-କଲେଜରେ ଛାତ୍ରଙ୍କୁ ମାଡ ଅଭିଯୋଗ, ଅଧ୍ୟାପକ ଗିରଫ

ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ହେମାନନ୍ଦଙ୍କ ବାପା ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଏହି ଖବର ଜାଣିବା ପରେ ସରପଞ୍ଚ ପୀଡ଼ିତ ଛାତ୍ରଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍‌ କରିଛନ୍ତି । ସଙ୍ଗେ ସଙ୍ଗେ ଫୋନ ଯୋଗେ ଗୁରୁଣ୍ଡିଆ BEOଙ୍କୁ ଅବଗତ ମଧ୍ୟ କରାଇଥିଲେ । ଏହି ଘଟଣାରେ ମହୁଲଡିହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ଘଟଣାଦିନ ଅଫିସ କାର୍ଯ୍ୟରେ ମୁଁ ସୁନ୍ଦରଗଡ଼ ଯାଇଥିବାରୁ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲି । ଏଥିସହ ଘଟଣା ସମ୍ପର୍କରେ ଜାଣିବା ପରେ ହେମାନନ୍ଦଙ୍କ ଘରକୁ ଯାଇ ବୁଝାବୁଝି କରିଥିଲେ ଏବଂ CRCC ଙ୍କୁ ଅବଗତ କରାଇଥିଲେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ। ଛାତ୍ର ମାଡ଼ ମାରିବା ଘଟଣାକୁ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଗୁରୁଣ୍ଡିଆ BEOଙ୍କୁ ଏ ସମ୍ପର୍କରେ ପଚାରିବାରୁ ତଦନ୍ତ ଚାଲିଛି ରିପୋର୍ଟ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details