ରାଇରକେଲା: ସୁନ୍ଦରଗଡ଼କୁ ରାଜ୍ୟ ସରକାରଙ୍କ ୯୭୦ କୋଟିର ପ୍ୟାକେଜ । ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଲାଗି ରାଜ୍ୟ ସରକାର ଦେଇଛନ୍ତି ୯୭୦ କୋଟି ଟଙ୍କାର ଅନୁଦାନ । ବର୍ତ୍ତମାନ ନୂଆ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ଭେଟି । ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରେ ବର୍ତ୍ତମାନ ଯାଏ ୯୭୦ କୋଟିର ବହୁଳ ଅନୁଦାନ । ଗତ ୮ମାସେ ମଧ୍ୟରେ ସୁନ୍ଦରଗଡ଼ ଜିଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି 5ଟି ଅଧ୍ଯକ୍ଷ ଭିକେ ପଣ୍ଡିଆନ ।
ପୂର୍ବରୁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ ଓ ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ । ଏହି ସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଚଳିତଥର ଗସ୍ତ ସମୟ ପରେ ଲୋକମାନଙ୍କଠାରୁ ଦରଖାସ୍ତ ନେଇଛନ୍ତି ପାଣ୍ଡିଆନ୍ । ଦେଉଥିବା ଦରଖାସ୍ତ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର କେବେ ସମାଧାନ ହେବ । ଯଦି ସମାଧାନ ହୋଇପାରିବ ନାହିଁ ତାହା ହେଲେ କାହିଁକି ସମାଧାନ ହୋଇପାରିବ ନାହିଁ, ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରତି ଉତ୍ତରରେ ରହିବ।
ଏହା ମଧ୍ଯ ପଢ଼ନ୍ତୁ: ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କୁ ବିରୋଧ, ପ୍ଲାକାର୍ଡ ଦେଖାଇଲେ ବିଜେପି କର୍ମୀ
ସୁନ୍ଦରଗଡ଼ ଜିଲ୍ଲାର ପାଞ୍ଚ ବିଧାନସଭା ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରର, ନୂଆଗାଁ ଏବଂ ବଣାଇରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ଦରଖାସ୍ତ ଗ୍ରହଣ ବେଳେ ପାଣିଆଣ୍ଡ କହିଛନ୍ତି, ଗତ ମାର୍ଚ୍ଚ ୧୨ ତାରିଖରେ ଆସିଥିବାବେଳେ ସେ ଯେଉଁସବୁ ଦରଖାସ୍ତ ସଂଗ୍ରହ କରିଥିଲେ, ତା ଭିତରୁ ୯୦ ପ୍ରତିଶତ ପୂରଣ ହୋଇସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଭଲ କାମ କଲେ ପରବର୍ତ୍ତୀ ପର୍ଯ୍ୟାୟ ଅନୁଦାନ ମିଳିବାରେ ଅସୁବିଧା ରହିବ ନାହିଁ । ମନ୍ଦିର, ମସଜିଦ, ଚର୍ଜ, କମ୍ୟୁନିଟି ସେଣ୍ଟର, ଚାଷୀଙ୍କ ସମସ୍ୟା ଓ ରୂପାନ୍ତରଣ, ୧୦ ଦିନ ଭିତରେ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।