ଓଡିଶା

odisha

ETV Bharat / state

ଭୟ ବଢାଉଛି ସ୍କ୍ରବ ଟାଇଫସ, ସୁନ୍ଦରଗଡରେ 230ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆତଙ୍କ ସୃଷ୍ଟି କଲାଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩୦କୁ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ଯାହାକୁ ନେଇ ଭୟରେ ସୁନ୍ଦରଗଡବାସୀ ।

ଭୟ ବଢାଉଛି ସ୍କ୍ରବ ଟାଇଫସ
ଭୟ ବଢାଉଛି ସ୍କ୍ରବ ଟାଇଫସ

By ETV Bharat Odisha Team

Published : Sep 24, 2023, 3:06 PM IST

ଭୟ ବଢାଉଛି ସ୍କ୍ରବ ଟାଇଫସ

ରାଉରକେଲା: ରାଜ୍ୟରେ ବଢୁଛି ସ୍କ୍ରବ ଟାଇଫସ ଆତଙ୍କ । ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟ ୨୩୦କୁ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ଯାହାକୁ ନେଇ ଭୟରେ ସୁନ୍ଦରଗଡବାସୀ ।

ଆତଙ୍କ ସୃଷ୍ଟି କଲାଣି ସ୍କ୍ରବ ଟାଇଫସ୍ । ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ୍ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଲାଣି । ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ସ୍କ୍ରବ ଟାଇଫସ ସଚେତନତା ପାଇଁ ଉଦ୍ୟମ ଜାରି ରହିଛି । ଆଶାକର୍ମୀମାନେ ମଧ୍ୟ ଗାଁ ବୁଲି ବୁଲି ଲୋକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ, ସ୍କ୍ରବ ଟାଇଫସ ଚିକିତ୍ସା ପାଇଁ ଜିଲ୍ଲାରେ ହସ୍ପିଟାଲ ପ୍ରସ୍ତୁତ ରହିଛି । ଗୁରୁତର ରୋଗୀଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଔଷଧ ଓ ଟେଷ୍ଟ କିଟ୍ ମହଜୁଦ୍ ରଖାଯାଇଛି । ବର୍ଷା ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ବର୍ଷା କମିଲେ ଧୀରେ ଧୀରେ କମିଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ କୀଟ କାମୁଡିବାରୁ ହେଉଥିବାରୁ ଜଙ୍ଗଲ କିମ୍ବା ବିଲ ବାଡିକୁ ଯିବା ସମୟରେ ସଂପୂର୍ଣ୍ଣ ଶରୀରକୁ ଘୋଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..Digital Dialogue: 'ସ୍କ୍ରବ ଟାଇଫସ ହେଲେ ପ୍ରଥମେ ଡାଏଗ୍ନୋସିସ, ତା' ପରେ ଚିକିତ୍ସା'

କେବଳ ସନ୍ଦରଗଡ଼ ନୁହେଁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ ଉଗ୍ର ରୂପ ନେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ଆଉ ୯ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ଗତକାଲି ୧୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ତେବେ ଗତ ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିଲେ । ଗତ ଜାନୁଆରି ମାସରେ ମାତ୍ର ୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି ସଂଖ୍ୟା ୨୩୦ରେ ପହଞ୍ଚିଲାଣି ।

ସ୍କ୍ରବ ଟାଇଫସରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ଧୀରେ ଧୀରେ ସୁସ୍ଥ ହେଉ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି । ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି ।

ତେବେ ବର୍ତ୍ତମାନ ମଧ୍ୟ ଏହି ପଜିଟିଭ ସଂଖ୍ୟାରେ ବ୍ରେକ ଲାଗିବାର ନାଁ ନେଉନାହିଁ । ତେବେ ଜମିକୁ ବା ଜଙ୍ଗଲକୁ ଯାଉଥିବା ସମୟରେ ଫୁଲ ଶାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିବା ସହ ଫେରିଲେ ଭଲଭାବେ ସଫା ସୁତୁରା ହେବା କିମ୍ୱା ସାନିଟାଇଜ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବା ବେଳେ ଏହା ବ୍ୟାପକ ବୃଦ୍ଧି ପାଉଛି ତେବେ ବର୍ଷା ଋତୁ ସରି ଆସିଲେ ଏହି ସ୍କ୍ରବ ଟାଇଫସ ପଜେଟିଭ ସଂଖ୍ୟ ହ୍ରାସ ପାଇବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details