ଓଡିଶା

odisha

ETV Bharat / state

12 ବର୍ଷରେ ଅଲମ୍ପିକ୍ସ ଖେଳିବାର ସ୍ବପ୍ନ, କବିତାଙ୍କ ପାଇଁ କୋଚ ସାଜିଛନ୍ତି ବାପା - ଧାବିତା କବିତା ମାହାନ୍ତ

ଅଲମ୍ପିକ୍ସ ଖେଳିବାର ସ୍ବପ୍ନ ନେଇ ଦୈନିକ ଅଭ୍ୟାସ କରୁଛନ୍ତି ଧାବିତା କବିତା ମାହାନ୍ତ । ତାଙ୍କୁ ଟ୍ରେନିଂ ଦେଉଛନ୍ତି ତାଙ୍କ ବାପା । ଅଧିକ ପଢ଼ନ୍ତୁ

kabita practicing daily to fulfill her dream
kabita practicing daily to fulfill her dream

By

Published : May 23, 2023, 1:09 PM IST

12 ବର୍ଷରେ ଅଲମ୍ପିକ୍ସ ଖେଳିବାର ସ୍ବପ୍ନ

ରାଉରକେଲା:ନା ଅଛନ୍ତି କୋଚ ନା ନେଉଛନ୍ତି ଟ୍ରେନିଂ । ବିନା କୋଚ୍‌ରେ ରାଜ୍ୟ ସ୍ତରରେ ଅନେକ ମେଡାକାଲ ଜିତି ସାରିଲେଣୀ କବିତା ମାହାନ୍ତ । ବୟସ ମାତ୍ର ୧୨ ବର୍ଷ। କିନ୍ତୁ ସ୍ବପ୍ନ ତାଙ୍କର ବଡ । ଅଲମ୍ପିକ୍ସ ଖେଳି ଦେଶ ପାଇଁ ମେଡାଲ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳର କବିତା ମାହାନ୍ତ । ତାଙ୍କର ଏହି ଯାତ୍ରାରେ ସାରଥୀ ସାଜିଛନ୍ତି ତାଙ୍କ ବାପା । ଝିଅର ସ୍ବପ୍ନ ପୂରଣ କରିବା ପାଇଁ ସେ ଦେଉଛନ୍ତି କୋଚ୍‌ ପରି ଟ୍ରେନିଂ। ସକାଳ ହେଲେ ଫିଲ୍ଡରେ ଝିଅକୁ ସ୍ପ୍ରିଣ୍ଟର ଟ୍ରେନିଂ ଦେଉଛନ୍ତି କବିତାଙ୍କ ବାପା ବୀରେନ୍ଦ୍ର ମାହାନ୍ତ । ଖୁବଶୀଘ୍ର ନ୍ୟାସନାଲ ଖେଳିବା ସହ ଅଲମ୍ପିକ୍ସରେ ସାମିଲ ହେବା ନେଇ ଆଶା କରିଛନ୍ତି କବିତା ଏବଂ ତାଙ୍କ ବାପା।

ବିରେନ୍ଦ୍ର ମାହାନ୍ତଙ୍କ ଏକ ମାତ୍ର ଝିଅ କବିତା ମାହାନ୍ତ। ଛୋଟ ଦିନରୁ ଖେଳ କୂଦ ପ୍ରତି କବିତାଙ୍କ ଆଗ୍ରହ ରହିଥିଲା । ସେହିପରି ବିରେନ୍ଦ୍ରଙ୍କର ଇଚ୍ଛା ମଧ୍ୟ ଥିଲା ଯେ ଝିଅ ଏକ ଧାବିକା ବା ସ୍ପ୍ରିଣ୍ଟର ହେଉ ଏବଂ ଦେଶ ତଥା ଖାସ କରି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ନାମକୁ ଉଚ୍ଚ କରୁ । ତେଣୁ ତାଙ୍କୁ ପିଲାଟି ବେଳରୁ ପଡିଆକୁ ନେଇ ଦୌଡ଼ ଅଭ୍ୟାସ କରାଇଥିଲେ ଏବଂ ଧୀରେଧୀରେ ନିଜ ଦୌଡକୁ ନେଇ ଆଗ୍ରହ ପ୍ରକାଶ କରି ଏହାକୁ ନେଇ ନିଜ କ୍ୟାରିଅର ଗଢ଼ିବାକୁ ସ୍ଥିର କଲେ କବିତା ।

ବର୍ତ୍ତମାନ କବିତାଙ୍କ ବୟସ ମାତ୍ର ୧୨ ବର୍ଷ ହୋଇଥିବା ବେଳେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ସ୍ଥାନରେ ଗୋଲ୍ଡ ମେଡାଲ ଜିତିଛନ୍ତି କବିତା ମାହାନ୍ତ । ବର୍ତ୍ତମାନ RSP ପକ୍ଷରୁ ଧାବିକା ଭାବରେ ବିଭିନ୍ନ ସ୍ଥାନକୁ ଯାଇ କେବଳ ଗୋଲ୍ଡ ମେଡାଲ ଜିତିବାର ଲାଗିଛନ୍ତି କବିତା । କିଛି ମାସ ତଳେ ଖେଲୋ ଇଣ୍ଡିଆ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିବା ବେଳେ ରାଜ୍ୟ ସ୍ତରୀୟ ଅଥଲେଟିକ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଇଭେଣ୍ଟରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଛନ୍ତି କବିତା । ନିଜର ଓ ଝିଅର ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଚାଲିଛନ୍ତି ବିରେନ୍ଦ୍ର ମାହାନ୍ତ । ବିରେନ୍ଦ୍ର ଏବଂ ଝିଅ କବିତା ମାହାନ୍ତ ଚଳାଇଛନ୍ତି ନିଜର ଚେଷ୍ଟା । ଖୁବଶୀଘ୍ର ନ୍ୟାସନାଲ ଖେଳିବା ସହ ଅଲମ୍ପିକ୍ସରେ ସାମିଲ ହେବା ନେଇ ଆଶା କରିଛନ୍ତି କବିତା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details