ଓଡିଶା

odisha

ETV Bharat / state

ସ୍ପଞ୍ଜ କାରଖାନାର ଦାଦାଗିରି: ଆମରଣ ଅନଶନ କରିବାକୁ ଜମି ମାଲିକଙ୍କ ଚେତାବନୀ - ପ୍ରଦୂଷଣ ବୋର୍ଡ

ସ୍ପଞ୍ଜ କାରଖାନାର ଦାଦାଗିରିକୁ ନେଇ ଅସନ୍ତାେଷ ପ୍ରକାଶ କରିଛନ୍ତି ପରିବାରବର୍ଗ । ସଂପୃକ୍ତ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆମରଣ ଅନଶନ କରିବେ ଜମି ମାଲିକ । ଅଧିକ ପଢନ୍ତୁ...

ସ୍ପଞ୍ଜ କାରଖାନାର ଦାଦାଗିରି: ଆମରଣ ଅନଶନ କରିବାକୁ ଜମି ମାଲିକଙ୍କ ଦୃଢୋକ୍ତି
ସ୍ପଞ୍ଜ କାରଖାନାର ଦାଦାଗିରି: ଆମରଣ ଅନଶନ କରିବାକୁ ଜମି ମାଲିକଙ୍କ ଦୃଢୋକ୍ତି

By

Published : Jun 30, 2021, 7:21 PM IST

ସୁନ୍ଦରଗଡ: ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ଶ୍ରୀହରି ସ୍ପଞ୍ଜ କାରଖାନାର ଦାଦାଗିରି । ବିନା ଅନୁମତିରେ ଜଣେ ବ୍ୟକ୍ତିଙ୍କ ପଟ୍ଟା ଜମି ଉପରେ ବର୍ଜ୍ୟବସ୍ତୁ ପକାଇଛି କମ୍ପାନୀ । ଏନେଇ ନିର୍ଦ୍ଦିଷ୍ଟ ପରିବାର ବଣାଁଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାସହ ଆଇନ ଅନୁଯାୟୀ ସଂପୃକ୍ତ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆମରଣ ଅନଶନ କରିବେ ବୋଲି ଧମକ ଦେଇଛନ୍ତି ।

ସ୍ପଞ୍ଜ କାରଖାନାର ଦାଦାଗିରି: ଆମରଣ ଅନଶନ କରିବାକୁ ଜମି ମାଲିକଙ୍କ ଚେତାବନୀ


ସେପଟେ ସ୍ପଞ୍ଜ କାରଖାନା ସମ୍ମୁଖରେ କେନ୍ଦ୍ରିକଳା ଗ୍ରାମର ରଞ୍ଜନ କୁଶମେର, ଖଗେଶ୍ୱର କୁଶମେର, ଝରଣା କୁଶମେର, ନିଶାକର କୁଶମେର, ଉତ୍ତରା କୁଶମେର ଓ ସୁନନ୍ଦା କୁଶମେର ଏହିପରି ସାତ ଭାଇ ଭଉଣୀଙ୍କ ପୈତୃକ ଜମି ମୌଜା କେନ୍ଦ୍ରିକଳା ପ୍ଲଟ୍ ନଂ ୨୫୦୪ ମାଳ ସାଧାରଣ ୬୭ ଡିସିମିଲ ରେକର୍ଡ ଭୁକ୍ତ ରହିଛି । ସେହି ପ୍ଲଟରେ ମାଛ ଚାଷ କରି ସେ ଭରଣପୋଷଣ କରିଆସୁଛନ୍ତି ।

ଚଳିତ ବର୍ଷ ସେହି ପୋଖରୀରେ ସେମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ମାଛ ଯାଆଁଳ ଛଡାଯାଇଥିଲା । ହେଲେ ଗତ ୨୨ ତାରିଖ ଠାରୁ ପୋଖରୀ ସମ୍ମୁଖରେ ଥିବା ଶ୍ରୀହରି ସ୍ପଞ୍ଜ କାରଖାନା ବେଆଇନ ଭାବେ ଦାଦାଗିରି କରି ଏହି ପୋଖରୀକୁ ଚାରକୋଲ ଓ କୋଇଲା ଗୁଣ୍ଡ ପକାଇ ପୋତି ଦେଇଥିବା କଥା ସେମାନେ ଅଭିଯୋଗ କରିଛନ୍ତି । ବିନା ପରିବାରର ଅନୁମତିରେ ଦାଦାଗିରି କରିଥିବା କଥା କହିଛନ୍ତି ପୀଡିତ ପରିବାର । ଚାରକୋଲ ଓ କୋଇଲା ଗୁଣ୍ଡ ଏବଂ ପାଉଁଶ ଯୋଗୁଁ ସେମାନଙ୍କର ମାଛ ସବୁ ମରିଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।


ଏ ବିଷୟରେ ସେମାନେ ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ (ସତ୍ୟବ୍ରତ ମିଶ୍ରଙ୍କୁ) ଅଭିଯୋଗ କରିବା ପରେ ସେମାନଙ୍କୁ ଓଲଟା ଫଳ ମିଳିଥିବା କଥା କହିଛନ୍ତି । ତାଙ୍କୁ ଅର୍ଡର ମିଳିଛି ବୋଲି କହିବା ସହ ସଂପୃକ୍ତ ପରିବାରର ସଦସ୍ୟଙ୍କୁ ଧମକ ଚମକ ଦିଆଯାଇଥିବା କଥା ଏହି ରେକର୍ଡ ଧାରୀ ପରିବାରବର୍ଗ କହିଛନ୍ତି ।

ତେପଟେ ସଂପୃକ୍ତ ପରିବାର ବଣାଇଁ ଉପଜିଲ୍ଲାପାଳ, ବଣାଇଁ ତହସିଲଦାର, ଜିଲ୍ଲାପାଳ, ଅଞ୍ଚଳିକ ପ୍ରଦୂଷଣ ଅଧିକାରୀ ରାଉରକେଲା ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ଭୁବନେଶ୍ୱରଙ୍କୁ ଲିଖିତ ଭାବେ ଜଣାଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।

ଜିଲ୍ଲା ପ୍ରଶାସନ ଯଦି ୭ ଦିନ ମଧ୍ୟରେ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ସେମାନେ ବାଧ୍ୟହୋଇ ପରିବାର ସହିତ ଶ୍ରୀହରି ସ୍ପଞ୍ଜ କାରଖାନା ସମ୍ମୁଖରେ ଅନଶନ କରିବେ ବୋଲି ଧମକ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details