ଓଡିଶା

odisha

By

Published : Apr 22, 2021, 9:51 AM IST

ETV Bharat / state

ରାଉରକେଲା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ

ରାଉରକେଲା ମହାନଗର ନିଗମ ସଭା ଗୃହରେ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ରାଉରକେଲା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ
ରାଉରକେଲା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ

ସୁନ୍ଦରଗଡ଼:ରାଉରକେଲା ମହାନଗର ନିଗମ ସଭା ଗୃହରେ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ । ତେବେ ଜିଲ୍ଲାରେ କୋରୋନା ସଂକ୍ରମଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାରେ କୋରୋନା ମୁକାବିଲା ନେଇ ପ୍ରଶାସନ ପ୍ରସ୍ତୁତ ଥିବା ବୈଠକରେ ଜିଲ୍ଲାପାଳ କହିଛନ୍ତି । ରାଉରକେଲା ସହରର ବିଭିନ୍ନ ହସ୍ପିଟାଲରେ ଥିବା ବେଡ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ଆବଶ୍ୟକୀୟ ଅକ୍ସିଜେନ ବ୍ୟବସ୍ଥା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି । ତେବେ ଏପ୍ରିଲ ଶେଷ ସୁଦ୍ଧା ୧୦୦୦ ଅଧିକ ବେଡ ପ୍ରସ୍ତୁତ ନେଇ ବ୍ୟବସ୍ଥା ଚାଲିଛି ।

ରାଉରକେଲା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କୋରୋନା ସମୀକ୍ଷା ବୈଠକ

ସୁପର ସ୍ପେସାଲିଟି ହସ୍ପିଟାଲରେ ୧୦୦ ବେଡ ସହ ୫୦ଟି ଆଇସିୟୁ ମଧ୍ୟ ବ୍ୟବସ୍ଥା ହୋଇଛି । ସେହିପରି ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଚାରୋଟି ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଲେ ଇଞ୍ଜିନିୟରିଂ କଲେଜ ଓ ହଷ୍ଟେଲରେ ସୁବିଧା କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା କଥା ମଧ୍ୟ ସେ କହିଛନ୍ତି । ଏନଆଇଟିରେ ବ୍ୟବହାର ଯୋଗ୍ୟ ୮୦୦ ବେଡ ସଂରକ୍ଷିତ ଅଛି, ବିପିୟୁଟି ଓ ଅନ୍ୟାନ୍ୟ ହଷ୍ଟେଲମାନଙ୍କରେ ମଧ୍ୟ ବେଡର ବ୍ୟବସ୍ଥା କରାଯାଇ ପ୍ରବାସୀମାନଙ୍କର ରହିବା, ଖାଇବା ଓ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ହାଇଟେକରେ ୨୦୦ ବେଡ ସମେତ ୨୫ ଆଇସିୟୁ , ଶାନ୍ତି ମେମୋରିଆଲରେ ୧୨୦ ବେଡ ସାଙ୍ଗକୁ ୨୦ ଆଇସିୟୁ ଥିବା ବେଳେ ଆଉ ୧୦ ଟି ଆଇସିୟୁ ବୃଦ୍ଧି କରାଯାଇଛି । ଏହା ସହିତ ଜେପି ହସ୍ପିଟାଲରେ ୧୨୦ ଆଇସିୟୁ ସମେତ ୮୦ ସାଧାରଣ ବେଡ ଅଛି ।

ଏତଦ୍ ବ୍ୟତୀତ ଏନଟିପିସିରେ ମଧ୍ୟ ୪୦୦ ବେଡ ଅଛି । ତେବେ ରାଉରକେଲା ସହରର ବିଭିନ୍ନ ହସ୍ପିଟାଲ ପାଇଁ ୪୦୦ ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଗଚ୍ଛିତ ରହିଛି । ଯେଉଁମାନଙ୍କର ଦରକାର ସେମାନଙ୍କୁ ସୁବିଧା ଯୋଗାଇ ଦିଆଯିବ । ପ୍ରବାସୀମାନଙ୍କ ପାଇଁ ମଧ୍ୟ ଆଗୁଆ ସମସ୍ତ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details