ରାଉରକେଲା:ଦିବ୍ୟାଙ୍ଗ ହୋଇ ବି ସକ୍ଷମ।ଦୁର୍ଘଟଣାରେ ଚାଲିଗଲା ଦୁଇ ଗୋଡ଼, କିନ୍ତୁ ଜୀବନ ଯୁଦ୍ଧରେ ହାରି ନଯାଇ ଚାଲିଛି ସଂଘର୍ଷ । ଗୋଡ ନଥିଲେ ବି ହାତରେ ବଳ ଲଗାଇ ନିଜକୁ ଆଗକୁ ନେଉଛନ୍ତି । ଜୀବନ ଯୁଦ୍ଧରେ ସଂଘର୍ଷ କରି ନିଜକୁ ନିଜ ଆତ୍ମବିଶ୍ବାସ ସହ ନିଜକୁ ଛିଡ଼ା କରି ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି । ଏହି ସଂଘର୍ଷମୟ କାହାଣୀ ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ଦୀପକ କୁମାର ରାୟଙ୍କର ।
ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରରେ ରହୁଥିବା ଦୀପକ କୁମାର ରାୟ ପରିବାର ଆର୍ଥିକ ସ୍ଥିତି ଠିକ ନଥିବାରୁ ଅଳ୍ପ ବୟସରୁ ପରିବାରର ବୋଝ ନିଜ ମୁଣ୍ଡକୁ ନେଇଥିଲେ । ନିଜ ପରିବାର ପ୍ରତିପୋଷଣ କରିବା ଲାଗି ଚେନ୍ନାଇରେ କରୁଥିଲେ କାମ । 2004 ମସିହାରେ ରାଉରକେଲାରୁ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବବଳି ଷ୍ଟେସନରେ ଟ୍ରେନ ଅଟକିଥିଲା ଓ ପାଣି ଆଣିବା ପାଇଁ ଟ୍ରେନରୁ ଓହ୍ଲାଇଥିଲେ ଦୀପକ । ଆଉ ଟ୍ରେନ ଛାଡିବା ବେଳକୁ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ଗୋଡ଼ ଖସିଯିବାରୁ ଟ୍ରେନ ଟ୍ରାକରେ ପଡିଯାଇଥିଲେ । ତେବେ ଦୁର୍ଘଟଣା ପରେ 8 ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ଦୀପକ । କିନ୍ତୁ ଗୋଡ ଦୁଇଟିକୁ ସବୁଦିନ ପାଇଁ ହରାଇ ବସିଥିଲେ ।
ଏହାମଧ୍ୟ ପଢନ୍ତୁ..ଯାଆଁଳା ଭଉଣୀ ଗଙ୍ଗା-ଯମୁନା, ବଞ୍ଚିବାକୁ ଅହରହ କରୁଛନ୍ତି ସଂଘର୍ଷ