ଓଡିଶା

odisha

ETV Bharat / state

ମାଆକୁ ମାଡ ମାରିବାରୁ ସହିପାରିଲାନି ପୁଅ, ବାପାକୁ କଲା ହତ୍ୟା - ବାପାକୁ ହତ୍ୟା କଲା ପୁଅ

ମାଆକୁ ଗାଳିଗୁଲଜ କରିବ ସହ ମାଡ ମାରିବାରୁ ବାପାକୁ ହତ୍ୟା କଲା ପୁଅ । ସୁନ୍ଦରଗଡ ଜିଲ୍ଲାରେ ଘଟିଛି ଏପରି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

son kills his father in sundargarh
son kills his father in sundargarh

By

Published : Dec 18, 2022, 12:52 PM IST

son kills his father in sundargarh

ରାଉରକେଲା: ଅତିଷ୍ଠ ହେଲା ମାଆ ପ୍ରତି ବାପାର ଅତ୍ୟାଚାର । ମାଆକୁ ଗାଳିଗୁଲଜ କରିବ ସହ ମାଡ ମାରୁଥିବା ବେଳେ ପୁଅର ମୁଣ୍ଡରେ ଚଢିଲା ପିତ । ବାପାର ଜୀବନ ନେବାକୁ ପଛାଇଲା ନାହିଁ ଜନ୍ମିତ ପୁଅ । ଲୁହା ଝଡରେ ଆକ୍ରମଣ କରି ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଖୁଣ୍ଟଗାଁ ନୁଆଡିହି ଗ୍ରାମରେ। ମୃତକ ଜଣଙ୍କ ହେଉଛନ୍ତି ଦିନବନ୍ଧୁ ନାଏକ। ହତ୍ୟାକାରୀ ପୁଅ ହେଉଛନ୍ତି ୧୭ ବର୍ଷିୟ ନାବାଳକ ।

ମିଳିଥିବା ସୂଚନା ଅନୁଯାୟୀ, ନୁଆଡିହି ଗ୍ରାମରେ ରହୁଥିବା ଦିନବନ୍ଧୁ ନାଏକ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସନ୍ତି । ଏହାପରେ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରନ୍ତି । ପ୍ରତ୍ୟେକ ଦିନ ବାପାର ଏପରି ବ୍ୟବହାର ଦେଖି ଅତିଷ୍ଠ ହୋଇଗଲା ପୁଅ । ଗତକାଲି ମଧ୍ୟ ଦିନବନ୍ଧୁ ମଦ୍ୟପାନ କରି ଘରକୁ ଆସିଥିବା ବେଳେ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବାପାକୁ ଘରେ ଥିବା ଏକ ଲୁହା ଝଡରେ ନାବାଳକ ପୁଅ ଆକ୍ରମଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫଳରେ ଦିନବନ୍ଧୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ତଳେ ପଡିଯାଇଥିଲେ । ଏହାପରେ ପରିବାର ଲୋକେ ଦିନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲହୁଣିପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏଥିସହ ନାବାଳକ ପୁତ୍ରକୁ ଅଟକ ରଖି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ପୋଲିସ । ତେବେ ଚାଇଲ୍ଡ ଲାଇନ ଏବଂ ପୋଲିସ ପକ୍ଷରୁ ଏସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details