ଓଡିଶା

odisha

ETV Bharat / state

ଅଲୋଡା ମାଆ: ରାସ୍ତା କଡେ ଛାଡି ଚାଲିଗଲେ ପୁଅ, ଭିକ ମାଗିଲେ ପୁରୁଛି ପେଟ - ରାଉରକେଲା ସହରରେ ଏକାକରି ଛାଡି ଯାଇଛି ନିଷ୍ଠୁର ପୁଅ

ବୟସ ଅପରାହ୍ନରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ପୁଅ । ଚିକିତ୍ସା କରିବା ବାହାନାରେ ମା’କୁ ଘରୁ ଆଣି ରାଉରକେଲା ସହରରେ ଏକାକରି ଛାଡି ଯାଇଛି ନିଷ୍ଠୁର ପୁଅ । ଅଧିକ ପଢ଼ନ୍ତୁ

ବୟସ ଅପରାହ୍ନରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ପୁଅ
ବୟସ ଅପରାହ୍ନରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ପୁଅ

By

Published : Apr 8, 2023, 7:34 PM IST

ବୟସ ଅପରାହ୍ନରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ପୁଅ

ରାଉରକେଲା: ପୁଅ କରିଦେଲା ମା’କୁ ପର । ମା’ର ମମତାକୁ ପର କରି ଚାଲିଗଲା ପୁଅ । ବୟସ ଅପରାହ୍ନରେ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ପୁଅ । ବର୍ତ୍ତମାନ ରାସ୍ତା କଡରେ ବିତୁଛି ଜୀବନ । ଭିକ ମାଗି ଚଳୁଛନ୍ତି ବୃଦ୍ଧା ମହିଳା। ଓଳିଏ ଖାଇଲେ ଓଳିଏ ଉପାସ ଏଭଳି ଅବସ୍ଥାରେ ରାସ୍ତା କଡରେ ଜୀବନ ବିତାଉଛନ୍ତି ବୃଦ୍ଧା ମହିଳା। ଯେଉଁ ମା କେତେ ଯେ କଷ୍ଟ କରି ନିଜ ପୁଅକୁ ବଡ଼ କଲା ମଣିଷ କଲା ସେ ପୁଅ ଆଜି ମା’ର ମମତା ଏବଂ ଭଲ ପାଇବା କୁ ନିଜ ସ୍ତ୍ରୀ ପାଇଁ ଭୁଲିଗଲା।

ବୃଦ୍ଧାଙ୍କ ଘର ଓ ପରିଚୟ:କଡରେ ଦିନ କାଟୁଥିବା ବୃଦ୍ଧା ମହିଳା ଜଣକ ହେଉଛନ୍ତି ବିରକେରା, ଟାଇନ୍ସର ଭଟାଟୋଲିର ସୀତା ଲାକ୍ରା । ତାଙ୍କ ପୁଅ ତାଙ୍କୁ ଛାଡି ଚାଲିଯିବାରୁ ବର୍ତ୍ତମାନ ହୀନସ୍ତ ହୋଇ ରାସ୍ତା କଡରେ ବିତୁଛି ଜୀବନ । ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ସମସ୍ତଙ୍କୁ ବଡ଼ କରି ମଣିଷ କଲା କିନ୍ତୁ ବର୍ତ୍ତମାନ ବୟସର ଅପରାହ୍ନରେ କେହି ପଚାରିବାକୁ ନାହାଁନ୍ତି । ରାଉରକେଲା ସହରର ହନୁମାନ ବାଟିକା ଛକ ନିକଟରେ ଗଛ ମୂଳରେ ଶାଢ଼ୀକୁ ବାନ୍ଧି ବର୍ତ୍ତମାନ ଚାରି ଦିନ ହେବ ଏଠାରେ ନିଜର ଜୀବନ କାଟୁଛନ୍ତି ବୃଦ୍ଧା ମହିଳା ଜଣକ । ଖାଇବାକୁ ନାହିଁ ଚାଉଳ ମୁଠାଏ । ପୁଅ ଝିଅ ଥାଉ ଥାଉ ଭିକ ମାଗି ବର୍ତ୍ତମାନ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୃଦ୍ଧା ଜଣକ । ଭିକ ମାଗିଲେ ଯାଇ ଜଳୁଛି ଚୁଲି । ରାସ୍ତା କଡରେ ଚୁଲି ଜାଳି ଡହଡହ ଖରାରେ ରୋଷେଇ କରି କାଟୁଛନ୍ତି ଜୀବନ । ପିଇବା ପାଇଁ ପାଣି ନାହିଁ କି ଖାଇବା ପାଇଁ ଚାଉଳ ନାହିଁ ଏଭଳି ଅବସ୍ଥାରେ କଟୁଛି ଦିନ । କିନ୍ତୁ ପୁଅ ଛାଡି ଚାଲିଗଲା ପରେ ମଧ୍ୟ ଚାହିଁ ବସିଛି ଏହି ମାଆ ଜଣକ ଯେ କେବେ ତା ପୁଅ ଆସିବ ଏବଂ ତାକୁ ଘରକୁ ନେବ ।

ଚିକିତ୍ସା ବାହାନାରେ ଛାଡି ଦେଲା ପୁଅ:ବୃଦ୍ଧାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ବାହାରରେ ରହିବାକୁ ନିଜ ସ୍ତ୍ରୀ ସହ ଯିବାକୁ ଚାହୁଁଥିଲା । କିନ୍ତୁ ପୁଅକୁ ମତେ ତା ସାଙ୍ଗରେ ନେବାକୁ କହିଲି । ମୋ ଗୋଡ ଦରଜ ହେବା ଯୋଗୁଁ ମୋତେ ରାଉରକେଲା ସରକାରୀ ହସ୍ପିଟାଲରେ ଆଣି ଭର୍ତ୍ତିକଲା ଏବଂ ସେଠାରୁ ଠିକ ହେଇ ଫେରିବା ପରେ ମୋତେ ମେଡ଼ିକାଲରୁ ବାହାରକୁ ଆଣି ରହିବାକୁ କହି କେଉଁଆଡ଼େ ଚାଲିଗଲା । କିନ୍ତୁ ପୁଅ ଛାଡି ଚାଲିଗଲା ପରେ ମଧ୍ୟ ଚାହିଁ ବସିଛି ଏହି ମାଆ ଜଣକ ଯେ କେବେ ପୁଅ ଆସିବ ଏବଂ ତାକୁ ଘରକୁ ନେବ ।

ରାଉରକେଲା ମହାନଗର ନିଗମ ଅଧିକାରୀ ପ୍ରତିଶ୍ରୁତି: ତେବେ ବର୍ତ୍ତମାନ ରାଉରକେଲା ମହାନଗର ନିଗମ ଅଧିକାରୀ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ପ୍ରତିଶ୍ରୁତି ଦେଇ କହିଛନ୍ତି ମହିଳାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ଏବଂ ତାଙ୍କ ପୁଅକୁ ଖୋଜି ବାହାର କରାଯିବ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details