5 ଦିନ ହେଲା ଆମରଣ ଅନଶନରେ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା: ଆମରଣ ଅନଶନରେ ବସିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ପ୍ରାୟ ୨୨ ଦିନ ଧରି ଧାରଣାରେ ବସିବା ପରେ ଗତ ୨୪ ତାରିଖଠାରୁ ସେ ଆମରଣ ଅନଶନରେ ବସିଛନ୍ତି । ତେବେ ରାଉରକେଲା ଝିରପାଣି ମିଟକୁନ୍ଦୁରିଠାରୁ ରିଉଁ ଗ୍ରାମକୁ ହେବାକୁ ଥିବା ବ୍ରିଜ୍ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରି ନଥିବା ବେଳେ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପଦକ୍ଷେପ ନେବାକୁ ଏହି ଆମରଣ ଅନଶନରେ ବସି ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ..ଦୀର୍ଘ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାର୍ଯ୍ୟ, ରାଜରାସ୍ତାରେ ଗ୍ରାମବାସୀଙ୍କ ବିକ୍ଷୋଭ
ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ । ଗତ 22 ତାରିଖରୁ ସେ ଧାରଣାରେ ବସି ରହିଥିବା ବେଳେ ଗତ 24 ତାରିଖରୁ ଅର୍ନିଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସି ରହିଛନ୍ତି । ତେବେ ଧାରଣା ସମୟରେ ବହୁ ନେତାମନ୍ତ୍ରୀ ଓ ଅଧିକାରୀ ତାଙ୍କୁ ଭେଟିଥିଲେ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟକୁ ନେଇ କୌଣସି ନିଷ୍କର୍ସ ନବାହାରିବାରୁ ସେ ଏଭଳି ଚରମପନ୍ଥା ଆପଣାଇଛନ୍ତି । ସରକାର ବା ପ୍ରଶାସନ କାର୍ଯ୍ୟ ଆରମ୍ଭ ନକରିବା ଯାଏଁ ଅନଶନରେ ବସି ରହିବେ ବୋଲି କହିଛନ୍ତି ମୁକ୍ତିକାନ୍ତ ।
ଏହାମଧ୍ୟ ପଢନ୍ତୁ..ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଡାକ୍ତର ଅଭାବକୁ ଦେଖି ରୋଗୀ ଦେଖିଲେ ବିଧାୟକ
ତେବେ ରାଉରକେଲାର ଝିରପାଣି ମିଟକୁନ୍ଦୁରିଠାରୁ ରିଉଁ ଗାଁ ପର୍ଯ୍ୟନ୍ତ ଏକ ପୋଲ ଅଧାପନ୍ତରିଆ ଭାବେ ପଡ଼ି ରହିଛି । 2018ରେ ଆରମ୍ଭ ହୋଇଥିବା ଏହି ବ୍ରିଜ୍ 2020 ସୁଦ୍ଧା ଶେଷ ହେବ ବୋଲି କୁହାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ 2023 ଶେଷ ହେବାକୁ ବସିଲାଣି କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ପୂର୍ବଭଳି ଅଧାରେ ଅଟକି ରହିଛି । ମାତ୍ର ୧୫୦ ମିଟର ଲମ୍ବ ଏହି ବ୍ରିଜ ନିର୍ମାଣ ହେବା ବଦଳରେ ଅଟକି ରହିଛି । ଏହି ସେତୁ ନିର୍ମାଣ ହେଲେ ଝିରପାଣି ମିଟକୁନ୍ଦୁରୀ ଅଞ୍ଚଳରୁ ଦେଓ ନଦୀ ଅପରପକ୍ଷରେ ଥିବା ରିଉଁ ଗ୍ରାମକୁ ଲୋକେ ସିଧାସଳଖ ଯାତାୟତ କରିପାରିବେ ।
ଏହାମଧ୍ୟ ପଢନ୍ତୁ..ଉଜ୍ବଳା ଦିଦି ସଂଘର ବିକ୍ଷୋଭ, କେନ୍ଦ୍ର ସରକାର ଅବହେଳା କରିଥିବା ଅଭିଯୋଗ
ତେବେ ଏହି ସେତୁ କାର୍ଯ୍ୟ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ କ୍ଷତିପୂରଣ ସମସ୍ୟାର ସମାଧାନ ନହେବା । ଇତିମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମି ମାଲିକମାନେ ଏଯାଏଁ ସେମାନଙ୍କ ଜମିର ଉଚିତ କ୍ଷତିପୂରଣ ପାଇନାହାନ୍ତି, ଯାହା ଫଳରେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି । ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଗମନାଗମନ କରୁଛନ୍ତି ସେଠାକାର ଲୋକେ । ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାରଣାରେ ବସି ରହିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ।
ଇଟିଭି ଭାରତ, ରାଉରକେଲା