ରାଉରକେଲା:କେନ୍ଦ୍ରୀୟ ବଜେଟକୁ ନେଇ ସିଟୁ ଏବଂ ସିପିଆଇଏମ ଦଳର ମିଳିତ ବିକ୍ଷୋଭ । ବଜେଟକୁ ପୁନଃ ଆଗତ କରାଯାଉ ଏବଂ ଏହି ପାରିତ ବଜେଟକୁ ଖାରଜ କରାଯାଉ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନକୁ ମାତ୍ର ଦୁଇ ସପ୍ତାହ ବିତିବାକୁ ବସିଛି ଏହାରି ମଧ୍ୟରେ ଏହାକୁ ନେଇ ଦେଖାଦେଇଛି ବିଭିନ୍ନ ରାଜନୈତିକ ଦଳର ଅସନ୍ତୋଷ । ତେଜୁଛି ବିରୋଧୀଙ୍କ ବିରୋଧ । କେନ୍ଦ୍ରର ବଜେଟ ସମ୍ପୂର୍ଣ୍ଣ ଧୂଆଁବାଣ ଏହା କେବଳ ଫମ୍ପା ମାଠିଆ ଭଳି କେବଳ ଶବ୍ଦ ବେଶୀ କରୁଛି କିନ୍ତୁ କାମ ଶୁନ ।
ଏଥର ମଧବିତ୍ତ ପରିବାର, ଗରିବ ଲୋକ ଏବଂ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଜେଟ ଠିକ ଭାବରେ ଦେଇ ନାହାନ୍ତି ତେଣୁ ଲୋକେ ହଇରାଣ ହେବେ ବୋଲି ଏଭଳି ଏକ ଅଭିଯୋଗ କରିଛି ସିଟୁ ଏବଂ CPIM ଦଳ । ଏହାକୁ ନେଇ ଆଜି ରାଉରକେଲା ସିଟୁ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ରାଉରକେଲା ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସିଟୁ ଏବଂ CPIM ଦଳ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର କେବଳ ଧନୀ ଲୋକଙ୍କ କଥା ଭାବୁଛନ୍ତି ଏବଂ ଗରିବ ଲୋକଙ୍କ କଥା ଭୁଲି ଯାଉଛନ୍ତି । ଏହି ବଜେଟରେ ଛାତ୍ର, ଯୁବପୀଢି, ଶିକ୍ଷା, ସ୍ବାସ୍ଥ୍ୟ, କୃଷକ, ଗରିବ ମଧ୍ୟବିତ୍ତ, ଶ୍ରମିକ ପରିବାର ଆଦିଙ୍କ ପାଇଁ କିଛି ନାହିଁ । କେବଳ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ଏହି ବଜେଟ ଆଗତ ହୋଇଛି ।