ଓଡିଶା

odisha

ETV Bharat / state

100 କିମି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଲା 4 ବର୍ଷ, ପୋଷ୍ଟାଲ ବିଭାଗ କାର୍ଯ୍ୟ ଉପରେ ପ୍ରଶ୍ନ - ଚାରି ବର୍ଷ ପରେ ମିଳିଲା ମନି ଅର୍ଡର ଟଙ୍କା

ମନି ଅର୍ଡର ପହଞ୍ଚିବାକୁ ଲାଗିଲା 4 ବର୍ଷ । ସାବିତ୍ରୀ ବ୍ରତ ପାଇଁ 2018 ମସିହାରେ ଟେନସାରେ ରହୁଥିବା ଭଉଣୀ ପାଇଁ ଭାଇ ପଠାଇଥିଲେ ମନି ଅର୍ଡର, ଯାହା 4 ବର୍ଷ ପରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

sister received money order after 4 years sent by brother in rourkela
100 କିମି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଲା 4 ବର୍ଷ, ପୋଷ୍ଟାଲ ବିଭାଗ କାର୍ଯ୍ୟ ଉପରେ ପ୍ରଶ୍ନ

By

Published : Dec 2, 2022, 9:14 AM IST

Updated : Dec 2, 2022, 9:35 AM IST

ରାଉରକେଲା: ଚାରି ବର୍ଷ ପରେ ମିଳିଲା ମନି ଅର୍ଡର ଟଙ୍କା । 2018 ମସିହାରେ ଭାଇ ଦ୍ୱାରା ହୋଇଥିବା ମନି ଅର୍ଡର 4 ବର୍ଷ ପରେ ପାଇଲା ଭଉଣୀ । ରାଉରକେଲା ସହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଡାକ ବିଭାଗର କଚ୍ଛପ ଗତି ତଥା ଦାୟିତ୍ୱ ହୀନତା ବର୍ତ୍ତମାନ ପଦାରେ ପଡିଛି । ସାବିତ୍ରୀ ବ୍ରତ ପାଇଁ ମାତ୍ର ଶହେ କିଲୋମିଟର ଦୂରରେ ରହୁଥିବା ଭଉଣୀ ପାଖକୁ ମନି ଅର୍ଡର କରିଥିଲେ ଭାଇ । କିନ୍ତୁ ବିଡମ୍ବନାର ବିଷୟ ମାତ୍ର ଶହେ କିଲୋମିଟର ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଗଲା 4 ବର୍ଷ ସମୟ । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହ ଡାକ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

100 କିମି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଲା 4 ବର୍ଷ

ସୂଚନା ଯୋଗ୍ୟ, ପ୍ରମୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ସେକ୍ଟର-୮ ସି-୧୦୮ କ୍ବାର୍ଟରରେ ରୁହନ୍ତି । ତେବେ ତାଙ୍କ ଭଉଣୀ, ପ୍ରାୟ ଶହେ କିଲୋମିଟର ଦୂର ଟେନସାରେ ବିବାହ କରି ପରିବାର ସହ ବାସ କରନ୍ତି । ତେବେ ପ୍ରମୋଦ ଗତ ୨୦୧୮ ମସିହା ମେ ୯ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ଟେନସାରେ ରହୁଥିବା ଭଉଣୀ ସୁମିତ୍ରାଙ୍କ ପାଖକୁ ସେକ୍ଟର-19 ସ୍ଥିତ ପୋଷ୍ଟ ଅଫିସରୁ ମନିଅର୍ଡର ଯୋଗେ ୫ ଶହ ଟଙ୍କା ପଠେଇଥିଲେ । କିନ୍ତୁ, ସେହି ଅର୍ଥ ସୁମିତ୍ରାଙ୍କ ପାଖରେ ପହଞ୍ଚିନଥିଲା । ‌ସେତେବେଳେ ପ୍ରମୋଦ ଭାବିଥିଲେ ଭଉଣୀ ପାଇ ଯାଇଥିବେ । କୌଣସି ଅସୁବିଧା କାରଣରୁ ଭାଇ ଟଙ୍କା ପଠାଇନଥିବା ଭଉଣୀ ଭାବି ନେଇଥିଲେ । ଏହାକୁ ଉଭୟ ଭାଇ-ଭଉଣୀ ଭୁଲିସାରିଥିଲେ । ତେବେ ଗତ ୨୬ ତାରିଖରେ ସୁମିତ୍ରାଙ୍କ ପାଖରେ ପହଞ୍ଚିଛି ମନି ଅର୍ଡର ।

ଏହା ମଧ୍ୟ ପଢ଼ନ୍ତୁ:ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ଏହି ଘଟଣା ଡାକ ବିଭାଗର କଚ୍ଛପ ଗତିକୁ ପଦାରେ ପକାଇଦେଇଛି । କେଉଁ କାରଣରୁ ଏହି ମନି ଅର୍ଡର ପଡି ରହିଥିଲା ଏବଂ 2018 ମସିହାରେ ଥିବା ଟେନ୍‌ସା ପୋଷ୍ଟ ଅଫିସ ଏବଂ ରାଉରକେଲା ପୋଷ୍ଟ ଅଫିସରେ ଥିବା କର୍ମଚାରୀ ଠିକ ଭାବରେ କାର୍ଯ୍ୟ ତୁଲାଇଥିଲେ ନା ନାହିଁ ତାହା ନେଇ ଉଙ୍କି ମାରୁଛି ପ୍ରଶ୍ନ । ଅନ୍ୟପଟେ ଏନେଇ ପୋଷ୍ଟାଲ ଏସପି କହିଛନ୍ତି, " ଏସମ୍ପର୍କରେ କେହି ଅଭିଯୋଗ ଆଣିନାହାନ୍ତି । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ।" ତେବେ ପୋଷ୍ଟାଲ ବିଭାଗରେ ଏଭଳି କାର୍ଯ୍ୟକଳାପ ଯୋଗୁଁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Dec 2, 2022, 9:35 AM IST

ABOUT THE AUTHOR

...view details