ରାଉରକେଲା:ସେକ୍ସ ରାକେଟ ଉପରେ ପୋଲିସର ଚଢାଉ । ରାଉରକେଲା ସହରର ସେକ୍ଟର-13 ଅଞ୍ଚଳରୁ ସେକ୍ସ ରାକେଟ ଠାବ ହୋଇଛି । ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି ପୋଲିସ ।
ରାଉରକେଲା ସହରର ସେକ୍ଟର-13 କ୍ୱାଟର ନମ୍ବର A/198ରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସେକ୍ଟର-15 ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଖବର ପାଇ ପୋଲିସ ସେହି ଅଞ୍ଚଳରେ ଅଚାନକ ଚଢାଉ କରିଥିଲା । ଚଢାଉ ବେଳେ ଦେହ ବ୍ୟବସାୟରେ ଜଡିତ ଥିବା ଦୁଇଜଣ ଦଲାଲଙ୍କୁ ଗିରଫ କରିଛି । ଏହା ସହିତ ଦୁଇଜଣ ଦେହଜୀବିଙ୍କୁ ଦଲାଲାଙ୍କ କବଳରୁ ଉଦ୍ଧାର କରିଛି ପୋଲିସ ।