ଓଡିଶା

odisha

ETV Bharat / state

ରାଉରକେଲା ଡଲାକୁଦରରେ ଓଲଟିଲା ଡାଲା ଅଟୋ, ୪୫ ଆହତ - ଡଲାକୁଦରରେ ଓଲଟିଲା ଡାଲା ଅଟୋ

ରାଉରକେଲା ଡଲାକୁଦରରେ ଓଲଟିଲା ଡାଲା ଅଟୋ । ଶ୍ରମିକମାନେ ରାଉରକେଲା ଶିବା କମ୍ପାନୀରେ କାମ କରିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଡଲାକୁଦରରେ ଓଲଟିଲା ଡାଲା ଅଟୋ
ଡଲାକୁଦରରେ ଓଲଟିଲା ଡାଲା ଅଟୋ

By

Published : Feb 10, 2023, 9:04 AM IST

ଡଲାକୁଦରରେ ଓଲଟିଲା ଡାଲା ଅଟୋ

ରାଉରକେଲା:ଗୋଟିଧର ଡଲାକୁଦରରେ ସଡକ ଦୁର୍ଘଟଣା । ଶ୍ରମିକ ବୋଝେଇ ଗାଡି ଓଲଟି ୪୫ ଆହତ । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଥିବା ବେଳେ ୩୫ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଗୁରୁବାର ଗୋଟିଧର ଡଲାକୁଦରରେ ଓଲଟିଲା ରାଉରକେଲା ଶିବା କମ୍ପାନୀର ଶ୍ରମିକ ବୋଝେଇ ଗାଡି । ଡାଲାରେ ଭର୍ତ୍ତି କରି ଅବହେଳିତ ଭାବରେ ଗାଡି ଚଳାଇବାରୁ ଏହି ଅଘଟଣ ହୋଇଥିବା ଅନୁମାନ କରାଯାଉଛି । ରାଉରକେଲା ବେଦବ୍ୟାସକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରାଉରକେଲା ବେଦବ୍ୟାସ ଅନ୍ତର୍ଗତ ଶିବା କାରଖାନାକୁ ସମସ୍ତ ଶ୍ରମିକ ଗୁରୁଣ୍ଡିଆ ବ୍ଲକ ଯୋଡ଼ା ଏବଂ ପଙ୍କଡ଼ିହି ଅଞ୍ଚଳରୁ କାମ କରିବା ପାଇଁ ଆସୁଥିଲେ । ପ୍ରାୟ ୫୦ ଜଣ ଦିନ ମଜୁରିଆ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ତେବେ ଯୋଡ଼ା ପଙ୍କଡ଼ିହି ଠାରୁ ରାଉରକେଲା ବେଦବ୍ୟାସକୁ ଏକ ପିକଅପ ଭ୍ୟାନର ଡାଲା ଉପରେ ଛିଡା ହୋଇ ଆସୁଥିବା ବେଳେ ଗୋଟିଧର ଡଲାକୁଦର ଗ୍ରାମ ନିକଟରେ ହଠାତ୍‌ ପିକଅପ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଶ୍ରମିକମାନେ ଗାଡିରୁ ଛିଟିକି ହୋଇ ପଡିଥିଲେ । ଫଳରେ ମୋଟ ୪୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: President Murmu's Odisha Visit: ଆଜି ଆସୁଛନ୍ତି ମହାମହିମ, ରାଜଧାନୀରେ ପୋଲିସ ଛାଉଣୀ

ତେବେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଥିବା ବେଳେ ୩୫ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ଡ୍ରାଇଭର ଜଣକ ସମ୍ପୂର୍ଣ୍ଣ ବେପରୁଆ ଭାବରେ ଗାଡି ଚଳାଉଥିବାରୁ ଏଭଳି ଅଘଟଣ ହୋଇଥିବା ନେଇ ଆହତ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏନେଇ ଆହତ ଯାତ୍ରୀ କହିଛନ୍ତି, " ଗୁରୁଣ୍ଡିଆ ବ୍ଲକ ଯୋଡ଼ା ଏବଂ ପଙ୍କଡ଼ିହି ଅଞ୍ଚଳରୁ ଆମେ ରାଉରକେଲା ବେଦବ୍ୟାସ ଶିବା କମ୍ପାନୀରେ କାମ କରିବା ପାଇଁ ଆସୁଥିଲୁ । ଡାଲା ଅଟୋରେ ପ୍ରାୟ ୬୦ଜଣ ଶ୍ରମିକ ଥିଲୁ । ସେହି ଗାଡି ମଧ୍ୟ କମ୍ପାନୀ ଗାଡି ଥିଲା । ଆମେ ପ୍ରତ୍ୟେକ ଦିନ ଆସୁଥିଲୁ କିନ୍ତୁ ଗୁରୁବାର ଡ୍ରାଇଭର ଜଣକ ବେପରୁଆ ଗାଡି ଚଳାଇଥିଲା । ଫଳରେ ଅଟୋଟି ପାଲଟି ଯାଇଥିଲା । "

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details