ରାଉରକେଲା: ସୁନ୍ଦରଗଡ଼ର ଦୁଇଟି ସ୍ଥାନରେ ପୃଥକ ପୃଥକ ଚୋରି ମାମଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ଘରେ ପଶି ସଶସ୍ତ୍ର ଲୁଟ ସହ ରାଉରକେଲାରେ ଉଦିତନଗର ଠାରେ ତାଲା ଝୁଲୁଥିବା ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ । ତେବେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ହେମଗିରି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୋପାଳ ପ୍ରଧାନଙ୍କ ଘରେ ହୋଇ ଯାଇଛି ସଶସ୍ତ୍ର ଡକାୟତି । ଗୋପାଳଙ୍କ ବିଲେଇମୁଣ୍ଡା ସ୍ଥିତ ବାସଭବନରେ ହୋଇଛି ଏହି ସଶସ୍ତ୍ର ଡକାୟତି । ଗତ ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ୫ ଜଣ ଡକାୟତ ଘର ପଛପଟ ଦେଇ ତାଙ୍କ ଘରେ ପଶିଥିଲେ ।
ସମସ୍ତ ଡକାୟତଙ୍କ ହାତରେ ପିସ୍ତଲ ଥିବା ସୂଚନା ରହିଛି । ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେବା ସହ ଗୋପାଳଙ୍କ ଛୋଟ ନାତୁଣୀ ମୁଣ୍ଡରେ ବନ୍ଧୁକ ରଖି ବନ୍ଧୁକ ମୁନରେ ଲୁଟ୍ ପାଟ କରିଥିଲେ ଲୁଟେରା । ଘରେ ଥିବା ନଗଦ ୩୨ ଲକ୍ଷ ଟଙ୍କା, ୪୦୦ ଗ୍ରାମ ସୁନାଅଳଙ୍କାର ଲୁଟି ନେଇଥିଲେ ଲୁଟେରା । ଲୁଟ୍ ସମୟରେ ଗୋପାଳଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ କାରକୁ ନେଇ ଫେରାର ହୋଇ ଯାଇଥିଲେ । ସୂଚନା ପାଇ ହେମଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଛତିଶଗଡ଼ ସୀମାନ୍ତରୁ ଡକାୟତମାନେ ଗୋପାଳଙ୍କ ଗାଡିକୁ ଛାଡି ଯାଇଥିବା ବେଳେ ପୋଲିସ ଗାଡିକୁ ଉଦ୍ଧାର କରିଛି ।
ଅଧିକ ପଢନ୍ତି: ମନ୍ଦିରକୁ ଛାଡିଲେନି ଚୋର, ଲୁଟିନେଲେ ମା’ ଉଗ୍ରତାରାଙ୍କ ସୁନା ଅଳଙ୍କାର