ଓଡିଶା

odisha

ETV Bharat / state

କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା - କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ପ୍ରଶାନ୍ତ ସେଠୀ । ବ୍ୟକ୍ତିଗତ କାରଣରୁ ଦଳ ଛାଡିଥିବା କହିଲେ । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ
କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ

By

Published : Jun 2, 2023, 8:58 AM IST

Updated : Jun 2, 2023, 2:13 PM IST

କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ

ରାଉରକେଲା: ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ । ହାତ ଛାଡିଲେ ରାଉରକେଲାର ବରିଷ୍ଠ ନେତା ପ୍ରଶାନ୍ତ ସେଠୀ । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଥିବା ପ୍ରଶାନ୍ତ ସେଠୀ ଗତକାଲି(ଗୁରୁବାର) କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି । ତେବେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଶାନ୍ତ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପ୍ରଶାନ୍ତ ହେଉଛନ୍ତି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ । ସେ ଏହି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିଜ ସମାଜସେବାକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ବର୍ତ୍ତମାନ କଂଗ୍ରେସରୁ ତାଙ୍କ ଇସ୍ତଫାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ପ୍ରଶାନ୍ତ ପୁଣି ତାଙ୍କର ପୂର୍ବ ଦଳ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ସେଠୀ ବିଜୁ ଜନତା ଦଳରେ ଥିଲେ । ମାତ୍ର ତାଙ୍କୁ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟ ନଦେବାରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ମିଶିଥିଲେ । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରୁ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିଲେ । ଗତକାଲି ପ୍ରଶାନ୍ତ ସେଠିଙ୍କ ସହ ତାଙ୍କର ସମର୍ଥକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଯଦିଓ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ କରିନାହାନ୍ତି, ତଥାପି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ସାରଦା ପ୍ରସାଦ ନାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାପରେ ପ୍ରଶାନ୍ତଙ୍କ ଇସ୍ତଫା ବିଭିନ୍ନ ପ୍ରକାର ଚର୍ଚ୍ଚାର ଖୋରାକ ଯୋଗାଇଛି । ବିଜେଡିରେ ଥିବା ବେଳେ ପ୍ରଶାନ୍ତଙ୍କ ସଙ୍ଗଠନ ତୃଣମୂଳ ସ୍ତରରେ ମଜବୁତ ଥିଲା । ମୁଖ୍ୟତଃ ବସ୍ତି ଅଞ୍ଚଳରେ ତାଙ୍କର ସୁଦୃଢ ସଙ୍ଗଠନ ଯୋଗୁଁ ୧୫ ବର୍ଷ ଧରି ବିଜେଡି ବେଶ ସୁବିଧାଜନକ ସ୍ଥିତିରେ ରହିଥିଲା । ୨୦୦୪ ମସିହାରୁ ପ୍ରଶାନ୍ତ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ବେଶ ଘନିଷ୍ଠ ଥିଲେ ଏବଂ ତାଙ୍କର ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ କରୁଥିଲେ । ବର୍ତ୍ତମାନ ପୁଣି ସାରଦା ନାୟକ ଶ୍ରମ ମନ୍ତ୍ରୀ ପଦ ପାଇବା ପରେ ସେ ପୁଣିଥରେ ବିଜେଡି ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି । କିନ୍ତୁ ଏନେଇ ପ୍ରଶାନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Jun 2, 2023, 2:13 PM IST

ABOUT THE AUTHOR

...view details