ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ବର୍ଷର ପ୍ରଥମ ତୁଷାରପାତ; ଦିନରେ ଖରା, ସନ୍ଧ୍ୟା ହେଲେ ନିଆଁ ଭରସା

ବର୍ଷର ପ୍ରଥମ ତୁଷାର ପାତରେ ଥରୁଛି ସୁନ୍ଦରଗଡ଼ । ଟେନସା,କୋଇଡା ଅଞ୍ଚଳରେ ତୁଷାର ପାତ। ପଡିଆ ଗଛ ପତ୍ର ଏବଂ ଛାତ ରେ ବରଫ ର ଚାଦର। ଶୀତରେ ଥରୁଛି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା । ଅଧିକ ପଢ଼ନ୍ତୁ

By

Published : Jan 7, 2023, 3:56 PM IST

ଶୀତରେ ଥରୁଛି ରାଜ୍ୟ
ଶୀତରେ ଥରୁଛି ରାଜ୍ୟ

ଶୀତରେ ଥରୁଛି ରାଜ୍ୟ

ରାଉରକେଲା: ଶୀତରେ ଥରୁଛି ରାଜ୍ୟ । ଦିନକୁ ଦିନ ବଢ଼ିବାରେ ଲାଗିଛି ଜାଡ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସହ ଶୀତ ଲହରି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଖବର ସାମ୍ନାକୁ ଆସିଛି । ଶୀତର ପ୍ରଭାବ ଏତେ ଯେ ରାତିରେ ତାପମାତ୍ରା ପ୍ରାୟ ଚାରି ଡିଗ୍ରୀ ତଳକୁ ରହୁଛି। ଯାହାଫଳରେ ଏହି ଅଞ୍ଚଳରେ ତୁଷାର ପାତ ଦେଖିବାକୁ ମିଳିଛି। ପଡି଼ଆ ଠାରୁ ଆରମ୍ଭ କରି ଗଛ ପତ୍ର ଏବଂ ଛାତ ଉପରେ ବରଫ ର ପତଳା ଚାଦର ର ଆସ୍ତରଣ ଦେଖିବାକୁ ମିଳିଛି । ତେବେ ଟେନସା, କୋଇଡା, ଅଞ୍ଚଳରେ ଜିରୋ ଡିଗ୍ରୀ ତଳକୁ ତାପମାତ୍ରା ,ରହିଥିବା ବେଳେ ଏଭଳି ବରଫ ପାତ ହୋଇଛି ।

ରାଜ୍ୟରେ ଅସମ୍ଭାଳ ଶୀତ। ଶୀତରେ ଥରୁଛି ପ୍ରତ୍ୟେକ ଜିଲ୍ଲା । ସୁନ୍ଦରଗଡ ଜିଲ୍ଲାର କୋଇଡା,ଟେନସା, ଜିରୋ ପଏଣ୍ଟ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ତିନି ଦିନ ଭିତରେ ତାପମାତ୍ରା ୧୧ଡିଗ୍ରିରୁ ଆଜି ପ୍ରାୟ ୫ ଡିଗ୍ରିକୁ ଖସି ଆସିଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ ହଠାତ୍‌ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବା ସହ ଆଜି ତୁଷାରପାତ ଦେଖିବାକୁ ମିଳିଛି।

ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରସା । ଗରିବ ଲୋକ ଏହି ହାଡ ଭଙ୍ଗା ଥଣ୍ଡା ପାଇଁ ଡହଳ ବିକଳ ହେଲେଣି । ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି। ସତରେ ଯେମିତି ପାଣି ବରଫ ପାଲିଟିଯାଇଛି । ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରୁ ବାହାରୁନାହାଁନ୍ତି। ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି। ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲୁଆ ହୋଇଯାଉଛି।

ଆଜିଠାରୁ ଥଣ୍ଡା ବଢ଼ିବା ସହ କୋଇଡା,ଟେନସା, ଜିରୋ ପଏଣ୍ଟ ଅଞ୍ଚଳ ର ଘର ଉପର, ପଡ଼ିଆ ମାନଙ୍କ ରେ ଧଳା ଚାଦର ପରି ତୁଷାର ପାତ ହୋଇଛି । ଏହି ଅଞ୍ଚଳରେ ପଡିଆ ,ଗଛ ପତ୍ର ସହ ବିଭିନ୍ନ ଜାଗାରେ ତୁଷାର ପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏଭଳି ବରଫ ପାତ ଯୋଗୁ ଏହି ଟେନସା ,କୋଇଡା ଅଞ୍ଚଳରେ ଶୀତର ପ୍ରଭାବ ଆହୁରି ବଢିବ ବୋଲି ଆଶା କରାଯାଉଛି। ପ୍ରବଳ ଥଣ୍ଡାରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେବେ ବର୍ଷର ପ୍ରଥମ ତୁଷାର ପାତ ଦେଖିବାକୁ ପାଇଛନ୍ତି ଏହି ଅଞ୍ଚଳର ଲୋକେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details