ସୁନ୍ଦରଗଡ: ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ଛେଣ୍ଡ୍ ସ୍ଥିତ ଏସବିଆଇ ଶାଖା କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ସିଲ କରାଗଲା ।
୭୨ ଘଣ୍ଟା ପାଇଁ ଏସବିଆଇ ଶାଖା କାର୍ଯ୍ୟାଳୟ ସିଲ୍ - rourkela sbi branch sealed
ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ଛେଣ୍ଡ୍ ସ୍ଥିତ ଏସବିଆଇ ଶାଖା କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ସିଲ କରାଗଲା । ଅଧିକ ପଢନ୍ତୁ...
![୭୨ ଘଣ୍ଟା ପାଇଁ ଏସବିଆଇ ଶାଖା କାର୍ଯ୍ୟାଳୟ ସିଲ୍ ୭୨ ଘଣ୍ଟା ପାଇଁ ସିଲ ହେଲା ଏସବିଆଇ ଶାଖା କାର୍ଯ୍ୟାଳୟ](https://etvbharatimages.akamaized.net/etvbharat/prod-images/768-512-11584633-thumbnail-3x2-sadg.jpg)
କୋରୋନା କହରରେ ମାନବ ସମାଜ ଆତଙ୍କିତ । ପ୍ରଶାସନ କୋରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିଲେ ବି କେଉଁଠି ବା କାହାର ଭୁଲ ପାଇଁ ଏହି ମହାମାରୀ କମିବା ବଦଳରେ ବଢିବାରେ ଲାଗିଛି । ଆଜି ରାଉରକେଲା ସ୍ଥିତ ଛେଣ୍ଡ୍ ଅଞ୍ଚଳରେ ଥିବା ଏସବିଆଇ ଶାଖାର ଜନୈକ କର୍ମଚାରୀ କୋରୋନା ପଜିଟିଭ ହୋଇଥିବା ଖବର ପାଇବା ପରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ସିଲ କରାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ଅଧିକ ଖରାପ ହେଲେ କୋଭିଡ ହସ୍ପିଟାଲର ହେଲପ ଲାଇନ୍ ନମ୍ବରରେ ସହାୟତା ନେବା ପାଇଁ କର୍ମଚାରୀଙ୍କୁ କୁହାଯାଇଛି । ଏହା ସହ ଏହି ଶାଖା ଆସନ୍ତା ମେ ମାସ ୨ ତାରିଖ ଠାରୁ ଚାଲିବ ବୋଲି ପ୍ରାଥମିକ ସୂଚନା ମିଳିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ