ଓଡିଶା

odisha

ETV Bharat / state

ପୁରୀ ବଡଦାଣ୍ଡର ଭ୍ରମ ସୃଷ୍ଟି କରୁଛି ମା'ଙ୍କ ପେଣ୍ଡାଲ - ରାଉରକେଲା

ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଝିଲିମିଲି ଆଲୁଅ ସାଙ୍ଗକୁ ଭଳିକିଭଳି ପୂଜା ପେଣ୍ଡାଲ । ତାହାସହ ଆକର୍ଷଣୀୟ ମୀନାବଜାର । ତେବେ ପ୍ରତିବର୍ଷ ପରି ଚଳିତବର୍ଷ ସେକ୍ଟର-1 ସ୍ଥିତ ଦୁର୍ଗା ପୂଜା ପେଣ୍ଡାଲ ବେଶ୍‌ ବାରି ହୋଇ ପଡୁଛି । ପେଣ୍ଡାଲକୁ ଦେଖିଲେ ପୁରୀ ରଥଯାତ୍ରାର ଭ୍ରମ ସୃଷ୍ଟି ହେଉଛି ।

ମା'ଙ୍କ ପେଣ୍ଡାଲ

By

Published : Oct 6, 2019, 5:53 PM IST

ରାଉରକେଲା: ମା'ଙ୍କ ଆଗମନରେ ସଜେଇ ହୋଇଛି ଇସ୍ପାତନଗରୀ । ରାଉରକେଲାର ସେକ୍ଟର ମାନଙ୍କରେ ଭଳିକି ଭଳି ପୂଜା ପେଣ୍ଡାଲ ଦେଖିବାକୁ ବେଶ୍‌ ଭିଡ ଜମୁଛି । ତେବେ ସେକ୍ଟର-1ସ୍ଥିତ ଦୁର୍ଗାପୂଜା ପେଣ୍ଡାଲ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ନୂଆ କରିବାର ପ୍ରୟାସ କରିଛି । ପେଣ୍ଡାଲକୁ ଦେଖିଲେ ଲାଗୁଛି ଯେପରି ପୁରୀ ବଡଦାଣ୍ଡ ରାଉରକେଲାକୁ ଆସିଯାଇଛି ।

ସେକ୍ଟର-1 ପେଣ୍ଡାଲରେ ପୁରୀ ବଡଦାଣ୍ଡର ଭ୍ରମ

ପେଣ୍ଡାଲଟି ଅବିକଳ ମାଉସୀ ମା'ଙ୍କ ମନ୍ଦିର ଆକୃତିର ହେବା ସହ ତିନି ଠାକୁର ତାଙ୍କ ରଥରେ ବିରାଜମାନ ରହିଥିବା ଦେଖା ଯାଉଛି। ଏହି ପେଣ୍ଡାଲ ଭିତରେ ମା' ଦୁର୍ଗାଙ୍କ ରୀତିନୀତିରେ ଅଷ୍ଟମୀ ପୂଜାର୍ଚ୍ଚନା ଚାଲିଛି। ଏହି ପୂଜା ପେଣ୍ଡାଲରେ ଆଜି ଦିନରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ରାତିରେ ମା'ଙ୍କ ଦର୍ଶନ ପାଇଁ ପେଣ୍ଡାଲରେ ପ୍ରବଳ ଭିଡ ହେବାର ସମ୍ଭାବନା ରହି ଥିବାରୁ ସୁରକ୍ଷାବସ୍ଥାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details