ରାଉରକେଲା: ସ୍ମାର୍ଟ ସିଟି ଘୋଷଣା ହୋଇଥିବା ରାଉରକେଲା ସହରର ମଡେଲ ରେଳ ଷ୍ଟେସନରୁ ପ୍ରିପେଡ ଆଟୋ କିମ୍ବା ଟ୍ୟାକ୍ସି ସେବା ସୁବିଧା ହଟାଇ ଦିଆଯାଇଛି । ଏଥିପାଇଁ ନୂଆ ଲୋକ ଆସିଲେ ଠକାମିର ଶିକାର ହେଉଥିବା ବେଳେ ଅସୁରକ୍ଷିତ ମଧ୍ୟ ରହୁଛନ୍ତି ।
ରାଉରକେଲା ରେଳ ଷ୍ଟେସନରେ ପ୍ରବେଶ ତଥା ବାହାରିବା ପାଇଁ ଦୁଇଟି ରାସ୍ତା ତିଆରି କରା ଯାଇଛି । କିନ୍ତୁ ଗୋଟିଏ ରାସ୍ତା ଦେଇ ଗାଡି ଯିବାଆସିବା କରିବା ଯୋଗୁଁ ସବୁ ସମୟରେ ଜାମ ଲାଗି ରହିବା ସହ ଦୁର୍ଘଟଣାର ସମ୍ବାବନା ରହୁଛି । ଅନ୍ୟପଟେ ଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଏଥିପାଇଁ ଦ୍ଵିତୀୟ ପ୍ରବେଶ ଦ୍ୱାର ଦେଇ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ ।