ରାଉରକେଲା: ଷ୍ଟିଲ ସିଟିର ରେଲଓ୍ବେ କଲୋନୀରେ ଫୁଟିଲା ଗୁଳି । ରବିବାର ରାତି ସାଢେ ଆଠଟା ବେଳେ ଜଣେ ଯୁବକକୁ ଗୁଳି ମାରିବା ସହ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ । ଏହି ଆକ୍ରମଣରେ ଦିଲଶାଦ ଖାନଙ୍କ ମୃତ୍ୟୁ ହୋଇଛି ।
ଆକ୍ରମଣ ପରେ ଦିଲଶାଦଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।