ଓଡିଶା

odisha

ETV Bharat / state

ବାହୁବଳୀ ପୂଜା ପେଣ୍ଡାଲ ପ୍ରସ୍ତୁତିରେ କାରିଗର - ଶାରଦୀୟ ଦୁର୍ଗା ପୂଜା

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଉରକେଲା ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପୂଜା ପେଣ୍ଡାଲକୁ ନେଇ ଏକ ପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗର ଓ ପୂଜା କମିଟି ଉଦ୍ୟମ ଜାରି ରଖିଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

By

Published : Oct 4, 2019, 10:09 AM IST

ରାଉରକେଲା: ଆରମ୍ଭ ହୋଇଛି ପାର୍ବଣ ଋତୁ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏହିକ୍ରମରେ ବିଭିନ୍ନ ପୂଜା ମଣ୍ଡପରେ ଶୁକ୍ରବାର ଠାରୁ ଚାଲିବ ମାଆଙ୍କ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ହୋଇ ଉଠିଛି ଉତ୍ସବମୁଖର । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଉରକେଲା ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପୂଜା ପେଣ୍ଡାଲ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗର ଓ ପୂଜା କମିଟି ଉଦ୍ୟମ ଚଳାଇଛନ୍ତି । ଚଳିତବର୍ଷ ରାଉରକେଲା ସେକ୍ଟର-16ର ପୂଜା ପେଣ୍ଡାଲକୁ କାରିଗର ବାହୁବଳୀ ସିନେମାର ଦୁର୍ଗ ଭଳି ପ୍ରସ୍ତୁତ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ପେଣ୍ଡାଲ ପ୍ରସ୍ତୁତିରେ ବିଳମ୍ବ ହୋଇଛି । ଏହି ପେଣ୍ଡାଲ ଦେଖିବାକୁ ଅନେକ ଭିଡ ହେବାର ସମ୍ଭାବନା ଥିବାରୁ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଏଥିସହିତ ଦଶହରାକୁ ନେଇ ମେଳାରେ ଏବଂ ବିଭିନ୍ନ ଉଠା ଦୋକାନୀଙ୍କ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details