ରାଉରକେଲା: ବିଶ୍ରା, ରାଇବଗା, ହାଥିବାରି, ତାଳସେରା ସହିତ ବିଭିନ୍ନ ଅଞ୍ଚଳରେ ମାଓ ସଙ୍ଗଠନ ପିଏଲଏଫଆଇ ପାଇଁ ପାଣ୍ଠି ଯୋଗାଡ କରୁଥିବା ହାତୀବାରି ଥାନା ଅଞ୍ଚଳର ମହେନ୍ଦ୍ର ଚାମ୍ପିଆକୁ ରାଉରକେଲା ପୋଲିସ ଗିରଫ କରିଛି। ଗୋଟିଏ ରିଭଲଭର ତଥା 2ଟି ମାଗାଜିନ ପୋଲିସ ତା ପାଖରୁ ଜବତ କରିଛି।
ମାଓ ସଙ୍ଗଠନକୁ ପାଣ୍ଠି ଯୋଗାଇ ଯୁବକ ଗିରଫ
ମାଓ ସଙ୍ଗଠନ ପିଏଲ୍ଏଫ୍ଆଇ ପାଇଁ କାମ କରୁଥିବା ମହେନ୍ଦ୍ର ଚମ୍ପିଆ ନାମକ ବ୍ୟକ୍ତିକୁ ଗିରଫ କରିଛି ରାଉରକେଲା ପୋଲିସ । ଗୋଟିଏ ରିଭଲଭର ସହ 2ଟି ମାଗାଜିନ ଜବତ କରିଛି ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଝାଡଖଣ୍ଡର ପିଏଲ୍ଏଫ୍ଆଇ (people liberation font of india) ନେତା ଦିନେଶ ଗୋପ ପାଇଁ କାମ କରୁଥିଲା ଅଭିଯୁକ୍ତ । ଆଜି ପଶ୍ଚିମାଞ୍ଚଳର ଡିଆଇଜି କବିତା ଜାଲାନ ତଥା ଏସପି କେ, ଶିବା ସୁବ୍ରମଣି ଏନେଇ ସୂଚନା ଦେଇଛନ୍ତି । ସୀମାନ୍ତ ଅଞ୍ଚଳରେ 7ଟି ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଘଟଣା ନେଇ ଓଡିଶା ପୋଲିସ ଝାଡଖଣ୍ଡ ପୋଲିସ ସହିତ ସମ୍ପର୍କରେ ରହିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ