ଓଡିଶା

odisha

ETV Bharat / state

ଲୁଟ ଫୋନ ଫେରି ପାଇଲେ ଲୋକେ - ରଘୁନାଥପଲ୍ଲୀ ପୋଲିସକୁ ସଫଳତା

ରଘୁନାଥପଲ୍ଲୀ ପୋଲିସକୁ ସଫଳତା । ଲୁଟ ହୋଇଥିବା ଫୋନ ଜବତ କରି ଫେରାଇବାରେ ସଫଳ ହେଲା ରଘୁନାଥପଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ରଘୁନାଥପଲ୍ଲୀ ପୋଲିସକୁ ସଫଳତା
ରଘୁନାଥପଲ୍ଲୀ ପୋଲିସକୁ ସଫଳତା

By

Published : Feb 8, 2023, 2:31 PM IST

ରଘୁନାଥପଲ୍ଲୀ ପୋଲିସକୁ ସଫଳତା

ରାଉରକେଲା:ରଘୁନାଥପଲ୍ଲୀ ପୋଲିସକୁ ସଫଳତା । ଲୋକଙ୍କଠୁ ଚୋରି ହୋଇଥିବା ମୋବାଇଲ ଫେରାଇବାରେ ସଫଳ ହୋଇଛି ରଘୁନାଥପଲ୍ଲୀ ପୋଲିସ । ୫୨ଜଣଙ୍କୁ ନିଜରେ ଚୋରି ହୋଇଥିବା ଫୋନ ଫେରାଇବା ପରେ ସଫଳ ହୋଇଛି ପୋଲିସ ।

ରାଉରକେଲା ପୋଲିସ ଲୋକଙ୍କୁ ଫେରାଇଲା ଚୋରି ହୋଇଥିବା ଫୋନ । ମୋଟ ୫୨ଟି ଚୋରି ହୋଇଥିବା ମୋବାଇଲ ଫୋନ ଅଭିଯୋଗକାରୀଙ୍କୁ ଫେରାଇଲା ପୋଲିସ । ରାଉରକେଲା ରଘୁନାଥପଲ୍ଲୀ ଥାନା ପୋଲିସ ପକ୍ଷରୁ ଏଭଳି ଏକ ପଦକ୍ଷେପକୁ ସମ୍ମାନ ଜଣାଇଛନ୍ତି ସ୍ଥାନୀୟ ଲୋକେ । ରାଉରକେଲା ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ଚୋରି ହୋଇଥିବା ମୋବାଇଲ ଫୋନ ଜବତ କରିଛି ପୋଲିସ । ତେବେ ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଯେଉଁ ଲୋକଙ୍କ ମୋବାଇଲ ଫୋନ ବିଭିନ୍ନ ଘଟଣାରେ ଚୋର ଦ୍ୱାରା ଚୋରି ହୋଇଥିଲା ସେମାନେ ନିଜର ଫୋନ ପାଇ ବେସ ଖୁସିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟାରୁ 4 ଘଣ୍ଟା ଦର୍ଶନ ବନ୍ଦ

ଯେଉଁ ଲୋକେ ନିଜର ଫୋନ ଚୋରି ହୋଇଥିବା ପରେ ରଘୁନାଥପଲ୍ଲୀ ଥାନାରେ ଆସି ଅଭିଯୋଗ କରିଥିଲେ ସେମାନଙ୍କ ଠାରୁ ସମସ୍ତ ଫୋନର ଆଇ ଏମଇଆଇ(IMEI) ନମ୍ବର ପୋଲିସ FIR ସମୟରେ ନେଇ ଫୋନକୁ ଟ୍ରାକିଂ କରିଥିଲା । ତେବେ ଚୋରି ହୋଇଥିବା ଫୋନକୁ ଟ୍ରାକିଂ କରି ପୋଲିସ ଜାଣିବାକୁ ପାଇଥିଲା ଯେ, ଚୋର ମୋବାଇଲ ଚୋରି କରିବା ପରେ ଏହାକୁ ବିକ୍ରି କରି ଦେଇଛି ଏବଂ ସମସ୍ତ ମୋବାଇଲ ଲୋକେ ସେକେଣ୍ଡ ହ୍ୟାଣ୍ଡ ଭାବରେ କିଣି ବ୍ୟବହାର କରୁଥିଲେ ।

ତେବେ ପୋଲିସ ସମସ୍ତ ମୋବାଇଲ ଫୋନକୁ ଜବତ କରିଥିଲା । ଏବଂ ଏହାପରେ ରାଉରକେଲା ରଘୁନାଥପଲ୍ଲୀ ଥାନା ପୋଲିସ ସମସ୍ତ ଅଭିଯୋଗକାରୀକୁ ତାଙ୍କର ମୋବାଇଲ ଫୋନ ମିଳିଥିବା ନେଇ ସୂଚନା ଦେଇଥିଲେ ଏବଂ ଏହାପରେ ସମସ୍ତେ ଆସି ଆଜି ରାଉରକେଲା ରଘୁନାଥପଲ୍ଲୀ ପୋଲିସ ପାଖରୁ ନିଜର ନିଜର ଫୋନ ଫେରି ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ

ତେବେ ଆଜିକାଲି ଯୁଗରେ ମୋବାଇଲ ଫୋନରେ ଲୋକେ ନିଜର ସମସ୍ତ ତଥ୍ୟ ରଖିଥାନ୍ତି । ତେଣୁ ଏହା ଚୋରି ହୋଇଗଲା ମନରେ ଅନେକ ଆଶଙ୍କା ଆସିଥାଏ । ତଥ୍ୟ ଚୋରି ହୋଇଯିବା ନେଇ ଆଶଙ୍କା ଲାଗି ରହିଥାଏ । ତେବେ ଅଭିଯୋଗ ପାଇବା ମାତ୍ରେ ରଘୁନାଥପଲ୍ଲୀ ଥାନା ପୋଲିସ ସମସ୍ତ ଫୋନକୁ ଟ୍ରାକ କରି ଉଦ୍ଧାର ପରେ ଆଜି ଏକସହ ୫୨ଟି ମୋବାଇଲ ଫୋନକୁ ଫେରାଇଛି ପୋଲିସ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details