ଓଡିଶା

odisha

ETV Bharat / state

ରାଉରକେଲା ସହର ସହ ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର: ବିଜେପି ରାଜ୍ୟ ସଭାପତି - ରାଉରକେଲାକୁ ରାଜ୍ୟ ସରକାରଙ୍କ ଅଣଦେଖା

ରାଉରକେଲା ସହର ସହ ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର। ଏହି ଅଞ୍ଚଳର ଉନ୍ନତି ପାଇଁ ପଛ ଘୁଞ୍ଚା ଦେଉଛନ୍ତି ରାଜ୍ୟ ସରକାର । ଅଭିଯୋଗ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର
ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର

By ETV Bharat Odisha Team

Published : Nov 6, 2023, 2:00 PM IST

ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର

ରାଉରକେଲା: ଷ୍ଟିଲ୍‌ସିଟିକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । କେବଳ ରାଉରକେଲା ସହର ନୁହେଁ ବରଂ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି କଥା କେବଳ କାଗଜପତ୍ରରେ କହୁଛନ୍ତି । କିନ୍ତୁ ଏହାର ବାସ୍ତବ ଚିତ୍ର କିଛି ଅଲଗା। ଏଭଳି ଅଭିଯୋଗ ଆଣିଛି ବିଜେପି । ବିଜେପି ରାଜ୍ୟ ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି ।

ତେବେ ରାଉରକେଲା ସହରର ବହୁ ଦିନରୁ ଜନସାଧାରଣଙ୍କ ଦାବିଗୁଡିକ ଆଜିବି ଅସମ୍ପୂର୍ଣ୍ଣ ହୋଇ ରହିଛି । ଲୋକଙ୍କ ମୌଳିକ ଅଧିକାରକୁ ରାଜ୍ୟ ସରକାର ପୁରା କରିବାକୁ ଚାହୁଁ ନାହାନ୍ତି । ରାଉରକେଲା ମହାନଗର ନିଗମ ନିର୍ବାଚନ, ବହୁ ପ୍ରତୀକ୍ଷିତ ତାଳଚେର ବିମଲାଗଡ଼ ରେଳପଥ ଏବଂ ମିଟକୁନ୍ଦୁରୀଠାରୁ ରିଉଁକୁ ବ୍ରିଜ୍‌ ନିର୍ମାଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ୍‌ ଏବଂ ହସ୍ପିଟାଲକୁ ଏଠାରେ ସ୍ଥାପନ କରାଯାଉ । ସେହିପରି ରାଉରକେଲାବାସୀଙ୍କ ବହୁ ଦିନର ସ୍ୱପ୍ନ ରାଉରକେଲା ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରନ୍ତୁ । ତେବେ ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କ ନିକଟରେ ଦାବି ରଖିଛି ବିଜେପି । 2014ରୁ ଆଜି ପର୍ଯ୍ୟନ୍ତ ରାଉରକେଲା ମହାନଗର ନିଗମ ନିର୍ବାଚନ ହୋଇ ପାରିନାହିଁ । ଏତେ ବର୍ଷ ଧରି ରାଜ୍ୟ ସରକାର ଏହାକୁ କେଉଁଥିପାଇ ଅଟକାଇ ରଖିଛନ୍ତି । ଯେତେବେଳେ ନିର୍ବାଚନ କରି ଲୋକଙ୍କୁ ସୁବିଧା ସୁଯୋଗ ଦେବା କଥା ସେତେବେଳେ ଏହି ମହାନଗର ନିଗମ ନିର୍ବାଚନ ନକରି ସମ୍ପୂର୍ଣ୍ଣ ରାଉରକେଲାବାସୀଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- General Election 2024: ବିଜେପିର ଜନପ୍ରତିନିଧି ପ୍ରଶିକ୍ଷଣ ବର୍ଗ, କଟାକ୍ଷ କଲେ କଂଗ୍ରସ ଓ ବିଜେଡି

ଯାହା ଫଳରେ ରାଉରକେଲାବାସୀ ନିଜର ଜନ ପ୍ରତିନିଧିଙ୍କୁ ପାଇବାରେ ଅସମର୍ଥ ହେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ରାଜ ଚଳୁଛି ବର୍ତ୍ତମାନ ସମ୍ପୂର୍ଣ୍ଣ ସରକାରରେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହାସହ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତାଳଚେର ବିମଲାଗଡ ରେଳପଥ ପ୍ରକଳ୍ପ କେବେ ଶେଷ ହେବ ତାହା ନେଇ ମଧ୍ୟ ପ୍ରଶ୍ନ କରିଛି ବିଜେପି । ତେବେ ରାଜ୍ୟ ସରକାର ଜାଣିଶୁଣି ଏହି ଅଞ୍ଚଳର ବିକାଶକୁ ଚାହୁଁ ନଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ସଭାପତି । ଆଜିକୁ ପ୍ରାୟ ୬୦ ବର୍ଷ ହେବ ଏହି ଦାବି ହୋଇ ଆସୁଛି କିନ୍ତୁ ଏହା କାର୍ଯ୍ୟକ୍ଷମ ବା ପ୍ରକଳ୍ପ ନିର୍ମାଣ ହେବାର ନା ନେଉନାହାନ୍ତି ସରକାର ବୋଲି କହିଛି ବିଜେପି । ସେହିପରି ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ସ୍ଥାପନ କରାଯାଉ । କାରଣ ଏହି ଅଞ୍ଚଳରେ ଲୋକେ ସୁବିଧା ସୁଯୋଗରେ ଡାକ୍ତରୀ ପଢ଼ିବା ସହ ଉଚ୍ଚ କୋଟିର ଚିକିତ୍ସା ପାଇ ପାରିବେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details