ଓଡିଶା

odisha

By

Published : Feb 1, 2023, 3:13 PM IST

ETV Bharat / state

କେନ୍ଦ୍ରୀୟ ବଜେଟ ଉପସ୍ଥାପିତ, ଏମିତି କହିଲେ ସାଧାରଣ ଲୋକେ

ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୩ ଉପସ୍ଥାପନ କରିଛନ୍ତି । ତେବେ ଏନେଇ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ କଣ କହୁଛନ୍ତି ଶୁଣନ୍ତୁ

Budget reaction
Budget reaction

ବଜେଟ ୨୦୨୩ ଉପସ୍ଥାପନ

ରାଉରକେଲା: ସଂସଦରେ ଉପସ୍ଥାପିତ ହେଲା କେନ୍ଦ୍ରୀୟ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଭଲ ବଜେଟ ଆସିଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଆଖିଦୃଶଆ ହୋଇନଥିବା କହିଛନ୍ତି ସାଧାରଣ ଲୋକେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ସରକାର । ବଜେଟରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆୟକର କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ । ବିଭିନ୍ନ ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା, ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏହାସହ ୫୦ଟି ନୂଆ ଏୟାରପୋର୍ଟ, ହେଲିପୋର୍ଟ ପ୍ରତିଷ୍ଠା କରାଯିବ । ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି । 5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ। ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍‌ ଘୋଷଣା, ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍‌ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର ।

ଏହା ମଧ୍ୟ ପଢନ୍ତୁ: Budget 2023: ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା, 33 ପ୍ରତିଶତ ବଢିଲା ବ୍ୟୟ ଅଟକଳ

ଏଥର ବଜେଟ ଖୁବ ଭଲ ରହିଛି । କୃଷି କ୍ଷେତ୍ରକୁ ସୁଦୃଢ ଓ କୃଷକଙ୍କ ରୋଜଗାର ବୃଦ୍ଧି ପାଇଁ ବଜେଟରେ ଅନେକ କିଛି ଘୋଷଣା କରାଯାଇଛି । କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଛି । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟିର ବ୍ୟବସ୍ଥା ହୋଇଛି । ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହାସହ ଆୟକର ସ୍ଲାବରେ ମଧ୍ୟ ପରିବର୍ତ୍ତନ କରଯାଇଛି । ଏହାକୁ ୭ ଲକ୍ଷ ଯାଏଁ ବୃଦ୍ଧି କରାଯାଇଛି । ୭ଲକ୍ଷ ଆୟ ଯାଏଁ ଦେବାକୁ ପଡିବ ନାହିଁ ଆୟକର । ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ରେଳ, ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ, ଏମଏସଏମଇଠାରୁ ନେଇ ସାଧାରଣ ଲୋକଙ୍କ ପାଇଁ ଖୁବ ଭଲ ବଜେଟ ଉପସ୍ଥାପନ ହୋଇଥିବା ନେତାଏ କହିଛନ୍ତି । ଏଥିରେ ଭାରତରେ ନିର୍ମିତ ସ୍ବଦେଶୀ ମୋବାଇଲ ଶସ୍ତା ହୋଇଛି, ସୁନା ଦରରେ ପୁଣି ବୃଦ୍ଧି ହୋଇଛି । ସୁନା ମହଙ୍ଗା ହୋଇଥିବା ବେଳେ କ୍ୟାମେରା ଲେନ୍ସ ଶସ୍ତା ହୋଇଛି।

ଅନ୍ୟ ପକ୍ଷରେ ୪୭ ଲକ୍ଷ ଯୁବବର୍ଗ ଙ୍କୁ ୩ବର୍ଷ ଯାଏଁ ଭତ୍ତା ସହ ପନିପରିବା ଚାଷ ପାଇଁ ୨୨ ଶହ କୋଟି ଏବଂ ଶିଶୁ ଏବଂ ଯୁବବର୍ଗ ପାଇଁ ଡିଜିଟାଲ ପୁସ୍ତକାଳୟ ଭଳି ବିଭିନ୍ନ ଯୋଜନା ଏଥର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ଉପସ୍ଥାପନ କରିଛନ୍ତି । ତେବେ ମଧବିତ୍ତ ପରିବାର ପାଇଁ କୌଣସି ପ୍ରକାର ଆଖି ଦୃଶିଆ ବଜେଟ ଆସିନାହିଁ କି ଗରିବ ଲୋକଙ୍କ ପାଇଁ ମଧ୍ୟ କିଛି ଭଲ ବଜେଟ ଆସିନାହିଁ । ଆମେ ଯେଉଁ ଆଶା ରଖୁଥିଲୁ ସେଭଳି କୌଣସି ଆଖିଦୃଶୀଆ ବଜେଟ ଆସିନାହିଁ ବୋଲି କହିଛନ୍ତି ସାଧାରଣ ଲୋକେ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details