ଓଡିଶା

odisha

ETV Bharat / state

ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲକୁ ହସ୍ତାନ୍ତରକୁ ବିରୋଧ - ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର

ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତରକୁ ରାଉରକେଲା ସହରବାସୀଙ୍କ ବିରୋଧ । ଅଧିକ ପଢନ୍ତୁ

super specialty hospital to Apollo
super specialty hospital to Apollo

By

Published : Feb 25, 2023, 11:03 PM IST

super specialty hospital to Apollo

ରାଉରକେଲା: ସହରରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି। ଏହାକୁ ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାତ୍ର ଆଉ କେଇଟା ଦିନ ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲର ବିଧିବଦ୍ଧ ଭାବେ ପରିଚାଳନା କରିବ ଅପୋଲ ହସ୍ପିଟାଲ। ଗରିବ ଲୋକଙ୍କ ପାଇଁ ହୋଇଥିବା ପ୍ରକଳ୍ପକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ। ଏହାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଏମ୍ସକୁ ଦିଆଯାଉ ବୋଲି ଦାବି ଜୋର ଧରିଛି । ଯେଉଁ ଆଶା ନେଇ ରାଉରକେଲାରେ ଏହି ସୁପର ସ୍ପେସିଅଲିଷ୍ଟ ହସ୍ପିଟାଲର ନିର୍ମାଣ କରାଯାଇଥିଲା ତାହା ଆଜି ସମ୍ପୂର୍ଣ୍ଣ ଧୂଳିସାତ ହେବାକୁ ଯାଉଛି ବୋଲି କହିଛନ୍ତି ସାଧାରଣ ଲୋକେ। ଏହାକୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟି ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛି।

ଏନେଇ କମିଟିର ସଦସ୍ୟ କହିଛନ୍ତି, "ରାଉରକେଲାରେ ଗୋଟିଏ ଭଲ ଉଚ୍ଚ କୋଟିର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସି ରାଉରକେଲା ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ ଯେଉଁଥିରେ ଗରିବ ଲୋକେ ସ୍ୱଳ୍ପ ମୂଲ୍ୟରେ ଉଚ୍ଚ ମାନର ଚିକିତ୍ସା ପାଇ ପାରିବେ।"

ତେବେ ବିଳମ୍ବରେ ସତ କିନ୍ତୁ ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯାଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଥିଲେ । କିଭଳି ଭାବରେ ଜଣେ ସାଧାରଣ ଲୋକ ଏବଂ ଗରିବ ଲୋକ ନିଜ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ଏବଂ ଉଚ୍ଚମାନର ପାଇବ ଏହାକୁ ଲକ୍ଷ୍ୟ ରଖି ଏହି ହସ୍ପିଟାଲ ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଏବେ ଫେଲ ହେବାକୁ ଯାଉଛି । ତେବେ ଅପୋଲ ହସ୍ପିଟାଲ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲକୁ ହାତକୁ ନେବା ଫଳରେ ଏଠାରେ ଚିକିତ୍ସାର ଖର୍ଚ୍ଚ ବଢିଯିବ ଯାହାର ଲାଭ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ ଉଠାଇବେ ବୋଲି ଅଭିଯୋଗ କରିଛନ୍ତି ଜନ ସାଧାରଣ। ଏହାସହ ଗରିବ ଲୋକଙ୍କ ନାମରେ ଏଠାରେ ହରିଲୁଟ ହେବ ବୋଲି ଅଭିଯୋଗ କରିଛନ୍ତି ଲୋକେ। ତେବେ ଏହି ସୁପର ସ୍ପେସିଅଲିଷ୍ଟ ହସ୍ପିଟାଲକୁ ଆପୋଲ ହାତକୁ ଟେକିଦେବାକୁ ପୂର୍ବରୁ ବିରୋଧ କରି ଆସିଛନ୍ତି ବହୁ ସାମାଜିକ ସଂଗଠନ ଏବଂ ସମାଜସେବୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details