ରାଉରକେଲା ପାଇଁ ଗର୍ଵ ବନ୍ଧମୁଣ୍ଡାର କବିତା ରାଉରକେଲା: ରାଜ୍ୟ ତଥା ରାଉରକେଲ ପାଇଁ ଗର୍ବ ଆଣିଛନ୍ତି ବନ୍ଧମୁଣ୍ଡାର କବିତା ମହାନ୍ତ । ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି କବିତା । କବିତା ମହନ୍ତଙ୍କ ସଫଳତା ପାଇଁ ତାଙ୍କୁ ଉତ୍ତରାଞ୍ଚଳ RDCଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଛି । ଆଗକୁ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ସଫଳତା ପାଇଁ ଲକ୍ଷ୍ୟ ରଖିଛନ୍ତି କବିତା ।
ଏହା ବି ପଢନ୍ତୁ...ବର୍ଲିନ ଅଲମ୍ପିକ୍ସରେ ଚମକିଲେ ବଲାଙ୍ଗୀର ପୁଅ, ଜିତିଲେ ରୌପ୍ୟ ପଦକ
70ତମ ରାଜ୍ୟ ଦୌଡ଼ ପ୍ରତିଯୋଗିତାରେ କବିତା ମହାନ୍ତଙ୍କ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଥଲେଟିକ୍ ପ୍ରତିଭା ପାଇଁ ପରିଚିତ ସହରର ଜଣେ ଝିଅ ବର୍ତ୍ତମାନ ରେକର୍ଡ କରି ରାଉରକେଲା ସହ ବନ୍ଧମୁଣ୍ଡା ପାଇଁ ଗର୍ଵ ଆଣିଛନ୍ତି । ବନ୍ଧମୁଣ୍ଡା ଅଞ୍ଚଳର କବିତା ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ଆୟୋଜିତ 70ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ବଡ଼ ସଫଳତା ହାସଲ କରିଛନ୍ତି । 14 ବର୍ଷରୁ କମ୍ ବାଳିକା 60ମିଟର ଦୌଡ଼ରେ କବିତା ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଏହି ଦୌଡ଼କୁଦରେ ପ୍ରତିଯୋଗିତାରେ ମୋଟ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର କବିତା ।
ଏହି ଦୌଡ଼କୁଦରେ ପ୍ରତିଯୋଗିତାରେ ମୋଟ 2 ସ୍ବର୍ଣ୍ଣ ପଦକ ଜିତିଛନ୍ତି କବିତା । ସ୍ବର୍ଣ୍ଣ ପଦକ ଜିତିବା ସହ 8.10 ସେକେଣ୍ଡର ଉଲ୍ଲେଖନୀୟ ସମୟ ନେଇ ଦୌଡ଼ରେ ରାଜ୍ୟସ୍ତରୀୟ ରେକର୍ଡ ନିଜ ନାମରେ କରିଛନ୍ତି । ଆଥଲେଟ କବିତା ମହାନ୍ତ 8.10 ସେକେଣ୍ଡରେ 60 ମିଟର ଦୂରତା ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ଚିତ୍ତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ଚକିତ କରି ଦେଇଥିଲା । ତାଙ୍କର ଅବିଶ୍ୱସନୀୟ ଗତି ଓ ଦୃଢ଼ ମନୋବଳ ତାଙ୍କୁ ରାଜ୍ୟ ରେକର୍ଡରେ ଏକ ଉପଯୁକ୍ତ ସ୍ଥାନ ଦେଇଛି । କବିତାଙ୍କ ସଫଳତା ପାଇଁ ତାଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି । ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳାଇ ରାଉରକେଲା ଗସ୍ତରେ ଆସି କବିତା ମହାନ୍ତଙ୍କୁ ପୁରସ୍କୃତ କରିଛନ୍ତି ।
କବିତା ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସ୍ଥାନୀୟ ଓ ଆଞ୍ଚଳିକ ଦୌଡ଼ ପ୍ରତିୟୋଗିତାରେ ଆଧିପତ୍ୟ ବିସ୍ତାର କରି ନିଜର ଅସାଧାରଣ ପ୍ରତିଭା ପାଇଁ ସ୍ୱୀକୃତି ଓ ପ୍ରଶଂସା ଅର୍ଜନ କରିଛନ୍ତି କବିତା । 14 ବର୍ଷରୁ କମ୍ ବାଳିକା 60 ମିଟର ଦୌଡ଼ରେ ତାଙ୍କର ରେକର୍ଡ ଭାଙ୍ଗିବା ସମୟ କେବଳ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ ନୁହେଁ ବରଂ ରାଜ୍ୟ ରେକର୍ଡ ତାଙ୍କୁ ଏକ ଯୋଗ୍ୟ ସ୍ଥାନ ଦେଇଛି ।
ଇଟିଭି ଭାରତ, ସୁନ୍ଦରଗଡ