ସୁନ୍ଦରଗଡ଼: ଚିନ୍ତା ବଢ଼ାଉଛି ଡାଇରିଆ । 580 ଟପିଲାଣି ଝାଡା ବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା । 244 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଅପଡେଟ ଦେଲେ କମିଶନର । ୯ଟି ରାପିଡ ରେସପନ୍ସ ଟିମ କାର୍ଯ୍ୟ କରୁଛନ୍ତି । ପାନୀୟ ଜଳକୁ ଡିସ ଇନଫେକ୍ଟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପାଣିର TDS, କ୍ଲୋରିନ ଏବଂ ଅନ୍ୟାନ୍ୟ ଅଶୁଦ୍ଧ କେମିକାଲର ଟେଷ୍ଟିଙ୍ଗ କରାଯାଉଛି ।
ରାଉରକେଲାରେ ଝାଡା ବାନ୍ତି କାରଣରୁ ଭୟର ବତାବରଣ ସୃଷ୍ଟି ହେଉଛି । ଏହି ବଢୁ ଥିବା ଝାଡା ବାନ୍ତି ଧିରେ ଧିରେ ଡାଇରିଆର ରୂପ ନେବାରେ ଲାଗିଛି । ତେବେ ଜିଲ୍ଲାରୁ ମୋଟ 580 ଜଣ ଡାଇରିଆରରେ ଆକ୍ରାନ୍ତ ହୋଇଥିଲେ । ସେଥି ମଧ୍ୟରୁ 429 ଜଣ କେବଳ ରାଉରକେଲା ସହରର ଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ 244 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ନୂତନ ରୂପେ 287 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଡାଇରିଆର ସ୍ତିତିକୁ ନିୟନ୍ତ୍ରଣ କରିବା ପାଇଁ ୯ଟି ରାପିଡ ରେସପନ୍ସ ଟିମ କାର୍ଯ୍ୟ କରୁଛନ୍ତି । ଏହି ଟିମ ସହରର ବିଭିନ୍ନ ହଟସ୍ପଟରୁ ସାମ୍ପୁଲ କଲେକ୍ସନ କରୁଛନ୍ତି । ପାନୀୟ ଜଳକୁ ଡିସ ଇନଫେକ୍ଟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପାଣିର TDS, କ୍ଲୋରିନ ଏବଂ ଅନ୍ୟାନ୍ୟ ଅଶୁଦ୍ଧ କେମିକାଲର ଟେଷ୍ଟିଙ୍ଗ କରାଯାଉଛି । ତା ସହିତ ସରକାରୀ ହସ୍ପିଟାଲରେ ଅଧିକ ଡାକ୍ତର ଏବଂ ପାରା ମେଡ଼ିକାଲ ଷ୍ଟାଫଙ୍କ ସହ ନର୍ସ ମଧ୍ୟ ନିୟମିତ କାର୍ଯ୍ୟ କରୁଛନ୍ତି ।