ଓଡିଶା

odisha

ETV Bharat / state

ରାଉରକେଲା ସାଇବର ପୋଲିସ ପଞ୍ଝାରେ ସାଇବର ଅପରାଧୀ, ଲୁଟି ନେଇଥିଲା 15 ଲକ୍ଷ - ରାଉରକେଲା ସାଇବର ପୋଲିସ

ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ସାଇବର କ୍ରିମିନାଲକୁ ଗିରଫ କଲା ରାଉରକେଲା ସାଇବର ପୋଲିସ । ଅଧିକ ପଢନ୍ତୁ

ରାଉରକେଲା ସାଇବର ପୋଲିସ
ରାଉରକେଲା ସାଇବର ପୋଲିସ ପଞ୍ଝାରେ ସାଇବର ଅପରାଧୀ

By

Published : Nov 23, 2021, 10:14 AM IST

ସୁନ୍ଦରଗଡ:ରାଉରକେଲା ସାଇବର ପୋଲିସ ପଞ୍ଝାରେ ସାଇବର ଅପରାଧୀ । ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ 15 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ବେଳେ ଗୁଜୁରାଟର ମେହେସନା ଜିଲ୍ଲା ଭିସନଗରରୁ ଏହି ସାଇବର ଅପରାଧୀକୁ ଗିରଫ କରିଛି ରାଉକେଲା ସାଇବର ପୋଲିସ ।

ରାଉରକେଲା ସାଇବର ପୋଲିସ ପଞ୍ଝାରେ ସାଇବର ଅପରାଧୀ

ଏ ନେଇ ସଂପୃକ୍ତ ଅଭିଯୋଗକାରୀ ଗତବର୍ଷ ମାର୍ଚ୍ଚମାସ 21 ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ଲାଣ୍ଟସାଇଟ ପୋଲିସ ସେହି ଅଭିଯୋଗକୁ ରାଉରକେଲା ସାଇବର ଥାନାକୁ ହସ୍ତାନ୍ତର କରିଥିଲା । ଅଭିଯୋଗ ଆଧାରରେ ତଦନ୍ତକରି ସାଇବର ପୋଲିସ ସଂପୃକ୍ତ ଅପରାଧୀକୁ ଗୁଜୁରାଟରୁ ଗିରଫ କରି ତା ନିକଟରୁ 50 ହଜାର ଟଙ୍କା, କିଛି ବ୍ୟାଙ୍କ କାଗଜପତ୍ର , ଭୋଟର କାର୍ଡ , ଏଟିଏମ କାର୍ଡ , ପାନ କାର୍ଡ ଓ ଗୋଟିଏ ଆଇ-ଫୋନ ଜବତ କରିଛି ।

ଗତକାଲି ଏନେଇ ପ୍ରେସମିଟରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସୂଚନା ଦେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି। ସେୟାର ମାର୍କେଟରେ ଅର୍ଥ ଦୁଇଗୁଣ ହେବାର ଲୋଭ ଦେଖାଇ ଏହି ସାଇବର ଠକ ନାଲା ରୋଡ଼ର ସାହାବାଜ ଶକିଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ୮୧ ହଜାର ଟଙ୍କା ଠକି ନେଇଥିଲା । ଏହି ସାଇବର ଠକ ଓ ତାର ସହଯୋଗୀମାନେ ଦେଶର ବିଭିନ୍ନ ସ୍ଥାନରେ ସାଇବର ଠକେଇ ମାମଲାରେ ଜଡିତ ଥିବା ବେଳେ ଦେଶ ବାହାରେ ମଧ୍ୟ ଏପ୍ରକାର ଠକେଇ କରୁଥିବା ପୋଲିସ ତଦନ୍ତରୁ ଜାଣାପଡିଛି । ଏହି ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସର ଉଦ୍ୟମ ଜାରି ରହିଥିବା କଥା ରାଉରକେଲା ଏସ ପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details