ଓଡିଶା

odisha

ETV Bharat / state

କାମରେ ଆସୁନି ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ, ଉଦଘାଟନ ପରେ ବି ଝୁଲୁଛି ତାଲା - ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ତାଲା

ଉଦଘାଟନକୁ ମାସରୁ ଅଧିକ ହେଲାଣି ମାତ୍ର କାମରେ ଆସୁନାହିଁ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ । ଉଦଘାଟନ ପରେ ତାଲା ଝୁଲୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିମୟରେ ତାଲା
birsa munda athletic stadium negleted

By

Published : Apr 26, 2023, 10:55 AM IST

birsa munda athletic stadium negleted

ରାଉରକେଲା:ଷ୍ଟାଡିମୟର ମୂଳଦୁଆ ପଡିଲା । ନିର୍ମାଣ ମଧ୍ୟ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କଲେ । ଏହାରି ମଧ୍ୟରେ ଲୋକାର୍ପଣକୁ ଏକ ମାସରୁ ଅଧିକ ସମୟ ବିତିଲାଣି । ହେଲେ ଲାଭ କିଛି ନାହିଁ । ପ୍ରକଳ୍ପରେ ଝୁଲୁଛି ତାଲା । ତରବରିଆ ଭାବରେ ହେଲା ଲୋକାର୍ପଣ କିନ୍ତୁ ଲୋକାର୍ପଣ ପରେ ବି ଗେଟରେ ଝୁଲୁଛି ବଡ଼ ବଡ଼ ତାଲା । କାମରେ ଆସୁନାହିଁ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ । ଉଦଘାଟନ ପରେ ବି ଷ୍ଟାଡିୟମରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି । ଏହା ସହ ସହରରେ ଥିବା ନବନିର୍ମିତ ପାନପୋଷ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ । ଫଳରେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମାର୍ଚ୍ଚ ୧୦ ତାରିଖରେ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ୯୬୪ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ । ଏହା ମଧ୍ୟରେ ବିତିଗଲା ମାସେରୁ ଅଧିକ ସମୟ କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଅଧପାନ୍ତରିଆ ହୋଇ ପଡିରହିଛି । ଏବେ ଯାଏ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଏହାରି ମଧ୍ୟରେ ରହୁଛି ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଏବଂ ପାନପୋଷ ମାର୍କେଟ କମ୍ପ୍ଲେକ୍ସ ।

ନିର୍ମାଣ କାର୍ଯ୍ୟ ସରିବା ପୂର୍ବରୁ ଲୋକାର୍ପିତ ହେଲା । ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ । ଆଥଲେଟିକ ସହ, ଏଠାରେ ସୁଇମିଂ କମ୍ପ୍ଲେକ୍ସ ଓ ଇଣ୍ଟିଗ୍ରେଟେଡ଼ କାର ପାର୍କିଂ ସହ ସମସ୍ତ ଖେଳ ଫୁଟବଲ, ସହ ବହୁ ଇଣ୍ଡୋର ଗେମ ଖେଳାଯାଇ ପାରିବ । ଏହି ଷ୍ଟାଡିୟମରେ ୧୫୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ କାମରେ ଆସି ପାରୁନାହିଁ । ମାସେରୁ ଅଧିକ ସମୟ ହେବ ବନ୍ଦ ପଡିଛି ଷ୍ଟାଡିୟମ । ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବା ଯୋଗୁଁ ପିଲାଙ୍କୁ ଛଡା ଯାଉନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ କିଭଳି ଭାବରେ ରାଜ୍ୟ ସରକାର ଏହାକୁ ଲୋକାର୍ପିତ କଲେ ।

ଅନ୍ୟ ପକ୍ଷରେ ମଧ୍ୟ ରାଉରକେଲା ସହରର ବହୁ ପ୍ରତୀକ୍ଷିତ ପାନପୋଷ ମାର୍କେଟ କମ୍ପ୍ଲେକ୍ସକ ମଧ୍ୟ ସମାନ ଅବସ୍ଥା । ଏହି ପାନପୋଷ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ୫୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହୋଇଛି । ଏହି ମାର୍କେଟ କମ୍ପ୍ଲେକ୍ସରେ ୧୫୦ଟି ଦୋକାନ ଗୃହ ରହିଛି । ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ସହରକୁ ଆସି ଲୋକାର୍ପିତ କରିଥିଲେ ହେଲେ ଆଜି ଯାଏ କାର୍ଯ୍ୟକ୍ଷମ ହୋଇନାହିଁ । ରାଜ୍ୟ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଲୋକଙ୍କ ସହ ଲୋକାର୍ପଣ ରାଜନୀତି ଖେଳୁଛନ୍ତି ବୋଲିି ଚର୍ଚ୍ଚା ହେଉଛି ।

ରାଉରକେଲା ସହରବାସୀ ପ୍ରଶ୍ନ କରୁଛନ୍ତି ଯେ ଯଦି କୌଣସି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ ତେବେ କେଉଁଥି ପାଇଁ ରାଜ୍ୟ ସରକାର ଏବଂ ରାଉରକେଲା ପ୍ରଶାସନ ସମସ୍ତ ପ୍ରକଳ୍ପକୁ ଉଦଘାଟନ କରି ପକାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details