ଓଡିଶା

odisha

ETV Bharat / state

ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା: ପ୍ରତିକ୍ରିୟା ରଖିଲେ ତଦନ୍ତକାରୀ ଅଫିସର, କହିଲେ ଖୁବଶୀଘ୍ର ଜଣାପଡ଼ିବ ସତ - DSP ବନିତା ମାଝୀଙ୍କ ତଦନ୍ତ

ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କଲେ DSP ବନିତା ମାଝୀ । ହୋଟେଲରୁ ସିସିଟିଭି ଫୁଟେଜ ଜବତ ସହ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ନୋଟିସ କରିଛି ନୂଆ ତଦନ୍ତକାରୀ ଟିମ୍ । ଅଧିକ ପଢନ୍ତୁ

investigation on assitant collector death case
ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାର ତଦନ୍ତ ଜୋରଦାର

By ETV Bharat Odisha Team

Published : Oct 2, 2023, 4:04 PM IST

ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାର ତଦନ୍ତ ଜୋରଦାର

ରାଉରକେଲା:ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କଲେ DSP ବନିତା ମାଝୀ । ଏନେଇ ତଦନ୍ତକାରୀ ଅଫିସରଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ତଦନ୍ତ ଭାର ନେଇଥିବା DSP ବନିତା ମାଝୀ କହିଛନ୍ତି, "ତଦନ୍ତ ନୂଆ କରି ଆରମ୍ଭ ହୋଇଛି । ଖୁବଶୀଘ୍ର ଘଟଣାର ସତ୍ୟତା ଜଣାପଡିବ । ତଦନ୍ତ ସଠିକ ବାଟରେ ଯାଉଛି । କିଛି ତଥ୍ୟ ଗୁପ୍ତ ରଖାଯାଇଛି ଯେତେବେଳେ ଘଟଣାର ତଦନ୍ତ ଶେଷ ହେବ ପୋଲିସ ସମସ୍ତ ପ୍ରତିକ୍ରିୟା ଦେବ ।" ଘଟଣାସ୍ଥଳରୁ ନେଇ ହୋଟେଲ ଓ ପାରିବାରିକ ସ୍ଥିତିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏହାସହ କାର୍ଯ୍ୟସ୍ଥଳୀ ସହ ଆନୁଷଙ୍ଗିକ ପରିସ୍ଥିତିକୁ ମଧ୍ୟ ପରଖୁଛି ତଦନ୍ତକାରୀ ଟିମ୍ । ପାର୍କରେ ମୃତଦେହ ମିଳିବା ଦିନ ଠାରୁ ନେଇ ବର୍ତ୍ତମାନ ଯାଏଁ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିଛି ନୂତନ ତଦନ୍ତକାରୀ ଟିମ୍ ।

ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲର ନିର୍ଦ୍ଦେଶ ଅନୁସାରେ ବନିତା ମାଝୀଙ୍କୁ ନୂତନ ତଦନ୍ତ ଅଫିସର ଭାବେ ଏହି ହାଇପ୍ରୋଫାଇଲ ମୃତ୍ୟୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ତେବେ ଆଜି ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ତଦନ୍ତକାରୀ ଟିମର ମୁଖ୍ୟ DSP ବନିତା ମାଝୀ ଗଣମାଧ୍ୟମ ଆଗରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତ ପୁଣି ମୂଳରୁ କରାଯାଉଥିବା କହିଛନ୍ତି DSP । ପୋଲିସ ପୁଣି ଥରେ ହୋଟେଲ ଯାଇ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି । ହୋଟେଲରୁ ସିସିଟିଭି ଫୁଟେଜ ମଧ୍ୟ ଜବତ କରିଛି ପୋଲିସ । ଏବଂ ଭିସେରା ରିପୋର୍ଟକୁ ଷ୍ଟେଟ ଫୋରେନସିକ ସାଇନ୍ସ ଲ୍ୟାବରୋଟୋରୀକୁ ପଠାଯାଇଛି ।

ଏହା ବି ପଢନ୍ତୁ...ଦୁର୍ଘଟଣା ପରେ ଗାଡି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ, ସମାଧାନ କରିବାକୁ ଯାଇ ମହିଳା ASIଙ୍କ ଜୀବନ ଗଲା

ଏହାସହ ମୃତଦେହ ମିଳିଥିବା ସ୍ଥାନ ଅର୍ଥାତ୍ ପୋଖରୀ ଭିତରେ ପଶି ତଥ୍ୟ ସଂଗ୍ରହ କରିଛି ଏହି ଟିମ୍। ତେବେ ହୋଟେଲରୁ ପାର୍କ ଭିତରକୁ ଆସିଷ୍ଟାଣ୍ଟ କଲେକ୍ଟର ଏକା ଚାଲି ଚାଲି ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଅଧିକ ପଚରାଉଚରା ଲାଗି ସୁସ୍ମିତାଙ୍କ ଭାଇ ଏବଂ ମା'ଙ୍କ ସହ ସହ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ନୋଟିସ ପଠାଇଛି ପୋଲିସ । ବର୍ତ୍ତମାନ ଯାଏଁ ସୁସ୍ମିତାଙ୍କ ପରିବାରଲୋକେ ପୋଲିସର ନୋଟିସରେ ଉତ୍ତର ଦେଇନାହାନ୍ତି। ଏହାସହ ସୁସ୍ମିତାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଧିକ ପଚରାଉଚରା କରିବ ପୋଲିସ। ହୋଟେଲ ଷ୍ଟାଫଙ୍କ କହିବା ଅନୁଯାୟୀ, "୧୭ ତାରିଖ ସନ୍ଧ୍ୟାରେ ସେ ହୋଟେଲ ଆସିଥିଲେ ଏବଂ ସେଠାରେ ରହିଥିଲେ । ୧୮ ଓ ୧୯ ତାରିଖ ଯାଏଁ ହୋଟେଲକୁ ବୁକ୍ କରିଥିଲେ ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details