ରାଉରକେଲା:ହକି ମହାକୁମ୍ଭ ହେଇ ସବୁଠି ହକି କ୍ରେଜ । ଏଫଆଇଏଚ ପୁରୁଷ ହକି ବିଶ୍ବକପରୁ ଦିନ ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ଆଉ ମାତ୍ର ହାତ ଗଣତି ଦିନ ପରେ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ । ରାଉରକେଲାର ଜଣେ ଶିଳ୍ପୀ ହକି ବିଶ୍ବକପ ଟ୍ରଫିର ଏକ କେକ କରିଛନ୍ତି । ଦୁଇ ଦିନ ଧରି କଠିନ ପରିଶ୍ରମରେ ହକି ବିଶ୍ୱକପ ଟ୍ରଫି କେକ ତିଆରି କରିଛନ୍ତି ସୋନାଲି ବିଳାସିନୀ ।
ହକି ବିଶ୍ୱକପକୁ ଆଉ ମାତ୍ର ୫ ଦିନ । ହକି ବିଶ୍ୱକପ ଯେତିକି ପାଖେଇ ଆସୁଛି ସେତିକି ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ହକି ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ । ସଭିଏଁ ନିଜ ନିଜ ଢଙ୍ଗରେ ହକି ବିଶ୍ୱକପକୁ ନେଇ ନିଜର ଉତ୍କଣ୍ଠା ପ୍ରକାଶ କରୁଛନ୍ତି । ତେବେ ଏହାରି ମଧ୍ୟରେ କିଏ ହକି ବିଶ୍ୱକପ ପାଇଁ ରଙ୍ଗୋଲିରେ ଟ୍ରଫି ତିଆରି କରୁଛି ତ କିଏ ଚିତ୍ରରେ ତ ଆଉ କିଏ ୱାଲ ପେଣ୍ଟିଂରେ ଏଭଳି ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଜିନିଷ ଦେଇ ହକି ବିଶ୍ୱକପକୁ ଉତ୍ସାହ ସହ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଜଣେ ଶିଳ୍ପୀ ନିଆରା ଢଙ୍ଗରେ ତିଆରି କରିଛନ୍ତି ହକିର କେକ । ନିଜ ହାତରେ ହକି ବିଶ୍ୱକପ ଟ୍ରଫିର କେକ ତିଆରି କରିଛନ୍ତି ସୋନାଲି ବିଳାସିନୀ । ପ୍ରାୟ ୨ ଫୁଟ ବଡ଼ ଏବଂ ପାଖାପାଖି ୧୦ କେଜି ଓଜନର ଏକ କେକ ତିଆରି କରିଛନ୍ତି ସୋନାଲି । ପ୍ରାୟ ଦୁଇ ଦିନର ପରିଶ୍ରମ ପରେ ଏଭଳି ଏକ ଆକର୍ଷଣୀୟ ହକି ବିଶ୍ୱକପ ଟ୍ରଫି କେକ ତିଆରି ହୋଇଛି ।
ଏହା ବି ପଢନ୍ତୁ...ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତୀ, ଶାଢୀରେ ଆଙ୍କିଲେ ହକି ବିଶ୍ବକପ ଟ୍ରଫି