ଓଡିଶା

odisha

ETV Bharat / state

କୋରୋନାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଭିଡିଓ କ୍ଲିପ ଜାରି - କୋରୋନା ଭାଇରସ ଲକ୍ଷଣ

କୋରୋନାକୁ ନେଇ ବିଭିନ୍ନ ଗୁଜବ ମଧ୍ୟ ପ୍ରଚାର ପ୍ରସାର ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଗୁଜବ ଉପରେ ଗରୁତ୍ବ ନ ଦେବା ପାଇଁ ଅନୁରୋଧ କରି ଏକ ଭିଡିଓ କ୍ଲିପ ଜାରି କରିଛନ୍ତି । ଅଧିକ ପଢନ୍ତୁ...

rourkela-additional-district-magistrate-video-clip-over-covid19
କୋରୋନାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଭିଡିଓ କ୍ଲିପ ଜାରି

By

Published : Apr 29, 2020, 3:49 PM IST

ରାଉରକେଲା: ଦିନକୁ ଦିନ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋରୋନାକୁ ନେଇ ବିଭିନ୍ନ ଗୁଜବ ମଧ୍ୟ ପ୍ରଚାର ପ୍ରସାର ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଗୁଜବ ଉପରେ ଗୁରୁତ୍ବ ନ ଦେବ ପାଇଁ ଅନୁରୋଧ କରି ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ।

କୋରୋନାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଭିଡିଓ କ୍ଲିପ ଜାରି

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବନୀ ସୁନିଲ ନରୱାଣେ ଗୁଜବ ଉପରେ ଗୁରୁତ୍ବ ନ ଦେବ ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କୋରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସକ୍ଷମ ଅଛି । ସବୁ ପ୍ରକାର ସୂଚନା ପ୍ରଶାସନ ତରଫରୁ ପ୍ରଦାନ କରାଯାଉଛି । ଜନସାଧାରଣଙ୍କୁ ଗୁଜବକୁ ବିଶ୍ବାସ ନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ଏବଂ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ମହାମାରୀ କୌଣସି ଜାତି ଧର୍ମ ଦେଖି ଆସେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ଥାଉକି ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details