ସୁନ୍ଦରଗଡ: ରାଉରକେଲା ସହରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଟିକା କେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ଲୋକେ ସମୟ ପୂର୍ବରୁ ନିଜ ନିଜ ରେଜିଷ୍ଟ୍ରେସନ ମେସେଜ ଅନୁସାରେ ଚିକିତ୍ସାଳୟରେ ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଛିଡ଼ା ହୋଇ ଟିକା ନେଉଥିବା ପରିଲକ୍ଷିତ ହୋଇଛି । ସହରର ୮ଟି କେନ୍ଦ୍ରରେ ଭ୍ୟାକସିନ ଟିକା ଦିଆଯାଉଛି । ତେବେ ଏହି କାର୍ଯ୍ୟକ୍ଷମ କେନ୍ଦ୍ର ଗୁଡିକ ଆଇଜିଏଚ୍, ଆରଜିଏଚ୍, ପୋଲିସ ହସ୍ପିଟାଲ, ୟୁସିଏନସି ପାନପୋଷ, ଇଏସଆଇ ହସ୍ପିଟାଲ, ସେକ୍ଟର-୬ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରେଳବାଇ ହସ୍ପିଟାଲ (ବନ୍ଧମୁଣ୍ଡା) ଓ ସେଲ ହେଲଥ ସେଣ୍ଟର ଫର୍ଟିଲାଇଜର (ଟାଉନ ସିପ)ବୋଲି ଜଣାପଡିଛି ।
ରାଉରକେଲା କୋଭିଡ ଟୀକାକରଣ କେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ
ଆଜି(ମଙ୍ଗଳବାର) ଆରଜିଏଚକୁ ଯାଇ ରାଉରକେଲା ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଦିଆଯାଉଥିବା ଟୀକାକରଣ ବ୍ୟବସ୍ଥାକୁ ନିଜେ ତଦାରଖ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ । ଅଧିକ ପଢନ୍ତୁ...
ରାଉରକେଲା କୋଭିଡ ଟୀକାକରଣ କେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ
ଆଜି(ମଙ୍ଗଳବାର) ଆରଜିଏଚକୁ ଯାଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଦିଆଯାଉଥିବା ଟୀକାକରଣ ବ୍ୟବସ୍ଥାକୁ ନିଜେ ତଦାରଖ କରିଥିଲେ । ପ୍ରଶାସନର ଏହି ନୂତନ ଟୀକାକରଣ ବ୍ୟବସ୍ଥା ଯୋଗୁଁ ସହରବାସୀ ସରଳ ଭାବରେ ନିଜନିଜ ଅଞ୍ଚଳରେ ଟିକା ନେଇ ପାରୁଛନ୍ତି । ପୂର୍ବରୁ ଗୋଟିଏ ସ୍ଥାନରେ ଟିକା ଦିଆଯାଉଥିବାବେଳେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଥିଲା । ତେବେ ଏହାର ସରଳୀକରଣ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ