ଓଡିଶା

odisha

ETV Bharat / state

32 ଲକ୍ଷର କାମ 16 ସପ୍ତାହ ପରେ ଉଠିଲା କଂକ୍ରିଟ

୩୨ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେଲା ରାସ୍ତା। 4ମାସ ନ ପୁରୁଣୁ ଉଠିଗଲା କଂକ୍ରିଟ। ନିମ୍ନମାନର କାର୍ଯ୍ୟ ଅଭିଯୋଗ। ଅଧିକ ପଢନ୍ତୁ

32 ଲକ୍ଷର କାମ 16 ସପ୍ତାହରେ ଉଠିଲା କଂକ୍ରିଟ
32 ଲକ୍ଷର କାମ 16 ସପ୍ତାହରେ ଉଠିଲା କଂକ୍ରିଟ

By

Published : Dec 16, 2022, 9:54 PM IST

32 ଲକ୍ଷର କାମ 16 ସପ୍ତାହରେ ଉଠିଲା କଂକ୍ରିଟ

ରାଉରକେଲା:ସୁନ୍ଦରଗଡ ଜିଲ୍ଲା ବଣାଇସ୍ଥିତ ଇଲେକ୍ଟ୍ରିକ ସବ୍‌ ଷ୍ଟେସନ ଛକଠାରୁ ବଣାଇ ବନ ବିଭାଗ ଡାକ ବଙ୍ଗଳାକୁ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ରହିଛି । ଏନେଇ ବଣାଇ ବ୍ଲକ ପକ୍ଷରୁ ଆଇଏପି ଯୋଜନାରେ 32 ଲକ୍ଷ 20 ହଜାର ଅଟକଳ ବ୍ୟୟରେ କଂକ୍ରିଟ ରାସ୍ତା ନିର୍ମାଣ ହେଲା । କିନ୍ତୁ 4 ମାସ ହୋଇନି କଂକ୍ରିଟ ଉଠିଗଲା । ଏବେ ସନ୍ଦେହରେ ରାସ୍ତାର ସ୍ଥାୟୀତ୍ବ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନେଇ ସାଧାରଣରେ ଚର୍ଚ୍ଚା । ଏହି ରାସ୍ତାରେ ବଡ଼ବଡ଼ ଅଧିକାରୀ, ମନ୍ତ୍ରୀ, ଯନ୍ତ୍ରୀ ସମସ୍ତେ ଯିବାଆସିବା କରିଥାଆନ୍ତି ତାସହିତ ବ୍ରାହ୍ମଣୀ ନଦୀ ସେପାଖ ଥିବା ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭରଶୀଳ ।

ତେବେ ସ୍ବାଧୀନତାର ଏତେ ବର୍ଷ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବ୍ୟୟ ଅଟକଳ ହୋଇଛି ୩୨ ଲକ୍ଷ ୨୦ ହଜାର ଟଙ୍କା । ହେଲେ ଆଜି ଯାଏଁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲାନି । କିନ୍ତୁ ସବୁଠାରୁ ବିଡମ୍ବନାର କଥା ହେଉଛି 2022ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 4 ମାସ ନପୁରୁଣୁ ରାସ୍ତା ଉପରୁ କଂକ୍ରିଟ ଉଠିଲାଣି ତ ଆଉ କେଉଁଠି ସିମେଣ୍ଟ ସମ୍ପୂର୍ଣ୍ଣ ଉଠିଗଲାଣି । ସେଇ ଧୂଳିଧୁସରରେ ଯିବା ଆସିବା କରୁଥିବା ସ୍ଥାନୀୟ ବାସିନ୍ଦା ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କାମ ଚାଲିଥିବା ବେଳେ କୌଣସି ଦିନ ପାଣି ଦିଆଗଲା କି ନାହିଁ ଯନ୍ତ୍ରୀ ତଦାରଖ ପାଇଁ ଆସୁନାହାନ୍ତି । ଯାହାଫଳରେ ନିଜ ଇଚ୍ଛାନୁସାରେ ଠିକାଦାର କାମ କରୁଛନ୍ତି । ଏନେଇ ଉପରିସ୍ତ ଅଧିକାରୀ କିମ୍ବା ଭିଜିଲାନ୍ସ ତଦାରଖ କଲେ ଆଗାମୀ ଦିନରେ ଭଲ କାର୍ଯ୍ୟ ହବ ବୋଲି କହିଛନ୍ତି ବଣାଇବାସୀ । ବଣାଇ ସଦର ମହକୁମାରେ ଏଭଳି କାର୍ଯ୍ୟ ହେଉଛି ତ ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟ ହେଉଥିବ ତାହା ଏବେ ପ୍ରଶ୍ନବାଚୀ । ନିମ୍ନମାନର କାର୍ଯ୍ୟ ଅଭିଯୋଗ ପରେ ବଣାଇ ପଞ୍ଚାୟତ ସମିତି ଅଧିକାରୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କାମ ସମ୍ପୂର୍ଣ୍ଣ ହୋଇନାହିଁ ତେଣୁ ଉଠି ଯାଇଥିବା ରାସ୍ତାକୁ ଆମେ ମରାମତି କରାଇଦେବୁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details