ଓଡିଶା

odisha

ETV Bharat / state

ଟାଟାମ୍ୟାଜିକ-ଡମ୍ପର ଦୁର୍ଘଟଣାଗ୍ରସ୍ତ, 4 ଗୁରୁତର - ଟାଟା ମ୍ୟାଜିକ-ଡମ୍ପର ମୁହାଁ ମୁହିଁ ଧକ୍କା

ବିଳମ୍ବିତ ରାତିରେ ଦୁର୍ଘଟଣା । ଟାଟା ମ୍ୟାଜିକ-ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଟାଟା ମ୍ୟାଜିକରେ ଥିବା 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

road accident in rourkela
ଟାଟାମ୍ୟାଜିକ-ଡମ୍ପର ଦୁର୍ଘଟଣା

By

Published : Dec 17, 2019, 10:11 AM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ 143 ନମ୍ବର ଜାତୀୟ ରାଜପଥ ନରେନ୍ଦ୍ର ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା । ଟାଟା ମ୍ୟାଜିକ-ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଟାଟା ମ୍ୟାଜିକରେ ଥିବା 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି ।

ଟାଟାମ୍ୟାଜିକ-ଡମ୍ପର ଦୁର୍ଘଟଣା

ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର୍ ଫେରାର ଥିବାବେଳେ ବଣାଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details