ଓଡିଶା

odisha

ETV Bharat / state

ହଇଜା ହଟସ୍ପଟ୍ ମାମଲାରେ ମହାନଗର ନିଗମ ଅଫିସ ଘେରିଲା ବିଜେପି, 20 ଲକ୍ଷ କ୍ଷତିପୂରଣ ଦାବି - ଆରଏମସି ଅଫିସ ଘେରିଲା ବିଜେପି

RMC Office Gheraoed by BJP: ହଇଜାକୁ ନେଇ ମହାନଗର ନିଗମ ଅଫିସ ଘେରିଲା ବିଜେପି । ରାଜ୍ୟସରକାରଙ୍କୁ ଟାର୍ଗେଟ କରିବା ସହିତ 20 ଲକ୍ଷ କ୍ଷତିପୂରଣ ଦାବି କରିଲା ଦଳ । ଅଧିକ ପଢନ୍ତୁ

RMC Gherao by BJP
RMC Gherao by BJP

By ETV Bharat Odisha Team

Published : Dec 26, 2023, 5:34 PM IST

RMC Gherao by BJP

ରାଉରକେଲା: ସହରରେ ଥମିବାର ନାମ ନେଉନାହିଁ ଝାଡାବାନ୍ତି। ଗୋଟିଏପଟେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏନେଇ ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବିଜେପି ପକ୍ଷରୁ ରାଉରକେଲା ମହାନଗର ନିଗମ ଅଫିସ ଘେରାଉ କରାଯାଇଛି। ଡାଇରିଆ ଏବଂ ହଇଜାକୁ ନେଇ ବିଶାଳ ରାଲି କରାଯାଇଥିବା ବେଳେ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଝାଡାବାନ୍ତିକୁ ନେଇ ଆଜି ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରେ ଗର୍ଜିଥିଲା ବିଜେପି ଦଳ । ସରକାରଙ୍କ ଅପାରଗତା କାରଣରୁ ଏହା ଉଗ୍ରରୂପ ନେଇଛି ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବ୍ୟାପକ ମାତ୍ରାରେ ବିଜେପି ସମର୍ଥକ ଏକାଠି ହୋଇ ରାଉରକେଲା ମହାନଗର ନିଗମ ଅଫିସ ଘେରାଉ କରିଥିଲେ। ରାଜ୍ୟ ସରକାରଙ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଓ ଅତ୍ୟାଚାରକୁ ନେଇ ଆକ୍ରୋଶ ପ୍ରକାଶ କରିଛି ବିଜେପି। ତେବେ ଘେରାଉ ସମୟରେ ପୋଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଗେଟ ଉପରେ ଚଢ଼ି ହୋ ହାଲ୍ଲା କରିଥିଲେ ବିଜେପି କର୍ମୀ ।

ଏହା ମଧ୍ୟ ପଢନ୍ତୁ: ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

ପ୍ରକାଶଥାଉକି, ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଡାଇରିଆ ଏବଂ ହଇଜାକୁ ନେଇ ବର୍ତ୍ତମାନ ଭୟର ବାତାବରଣ ଦେଖା ଦେଇଛି । ତେବେ ରାଉରକେଲା ସହରର ବର୍ତ୍ତମାନ ଯେଉଁ ଝାଡା ବାନ୍ତିର ସ୍ଥିତି ଉପୁଜିଛି ତାହା କେବଳ ରାଉରକେଲା ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଏଚଡ଼ି ପାନୀୟ ଜଳ ଯୋଗୁଁ ବ୍ୟାପୁଥିବା ଅଭିଯୋଗ କରିଛି ବିଜେପି । ସରକାରଙ୍କ ଖାମଖିଆଲି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅନେକ ଝାଡାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ସହରର ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଘର୍ଷ କରୁଥିବା କଥା କହି ଗର୍ଜିଛି ବିଜେପି। ଏହାସହ ରାଉରକେଲା ସହରରେ ଯେଉଁ ଲୋକେ ହଇଜା ଏବଂ ଡାଇରିଆରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ କୋଡିଓ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାତୁ ଦାବି କରିଛି ବିଜେପି।

ଏନେଇ ବିଜେପି କର୍ମୀ ଆହୁରି ମଧ୍ୟ କହିଛନ୍ତି, "ରାଉରକେଲା ଆସି ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଟିମ ସହରର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରି ଫେରି ଯାଇଛନ୍ତି । ତେବେ ଏହି ଡାଇରିଆ ରୋଗ କେଉଁଠୁ ଆସିଲା ତାହାର ଉତ୍ତର ଦେବା ଆବଶ୍ୟକ। ଏହାସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉ। ଏହି ଭୟାବହ ସ୍ଥିତି ଉପୁଜିଥିବାର ମୁଖ୍ୟ କାରଣ ହେଉଛନ୍ତି ରାଉରକେଲା ବିଧାୟକ ଏବଂ ରାଉରକେଲା ମହାନଗର ନିଗମ ଅଧିକାରୀ।"

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details