ଓଡିଶା

odisha

ETV Bharat / state

ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ - rkl landacquisition protest

ଆସନ୍ତା 26 ତାରିଖରେ ସବୁ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ ହେବ । ଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଆଲୋଚନା ହେବ । ତେବେ ଏହାକୁ  ଗ୍ରାମସଭା  ଓ ଆଦିବାସୀ ସଂଗଠନମାନ ବିରୋଧ କରିଛନ୍ତି ।

rkl-land-acquisition-protest
ଖଣି ପାଇଁ ଜମି ଅଧିଗ୍ରହକୁ ବିରୋଧ

By

Published : Jan 22, 2020, 10:00 PM IST

ରାଉରକେଲା: ଆସନ୍ତା 26 ତାରିଖରେ ସବୁ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ ହେବ । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକର କଟଙ୍ଗ, କୁକୁଡ଼ା, ଅଳନ୍ଦା, କେଶ୍ରାମଲ, ଝଗରପୁର ପଞ୍ଚାୟତରେ ସରପଞ୍ଚମାନଙ୍କୁ ଉପଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଆଲୋଚନା ହେବ । ତେବେ ଏହାକୁ ଗ୍ରାମସଭା ଓ ଆଦିବାସୀ ସଂଗଠନମାନ ବିରୋଧ କରିଛନ୍ତି । ଏନେଇ ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଖଣି ପାଇଁ ଜମି ଅଧିଗ୍ରହକୁ ବିରୋଧ

ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ସମ୍ବିଧାନିକ ବ୍ୟବସ୍ଥାର ପାଳନ କରାଯାଉନାହିଁ ବୋଲି ଆଦିବାସୀ ମାନେ ଅଭିଯୋଗ କରିଥିଲେ । ଭାରତ ସରକାରଙ୍କ ପରିବେଶ ତଥା ବନ ବିଭାଗ 44ଟି ସର୍ତକୁ ନ ମାନିବା, ବିସ୍ଥାପନ ବ୍ୟବସ୍ଥା ନ କରି ବଳ ପୂର୍ବକ ଜମି ଅଧିଗ୍ରହଣ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । 52ଟି ଗାଁର 54 ହଜାର ଲୋକେ ଏହା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । କଟଙ୍ଗ ପଞ୍ଚାୟତରେ ଗ୍ରାମସଭା 27.51 ଏକର ଜମିର ପ୍ରସ୍ତାବକୁ ଖାରଜ କରି ପ୍ରଶାସନକୁ ସୂଚନା ଦେବା ସତ୍ତ୍ବେ ପୁଣି ଗ୍ରାମସଭା ପାଇଁ କହିବା ଠିକ ନୁହେଁ ବୋଲି ଅଭିଯୋଗ କର ଯାଇଥିଲା ।

ସେପଟେ ସରକାର ଲୋକଙ୍କ ହିତ ଦେଖିବେ ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଏପଟ ଲୋକେ ଗ୍ରାମସଭା ଜରିଆରେ ତାଙ୍କ ମତ ଦେଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details