ଓଡିଶା

odisha

By

Published : Apr 1, 2023, 9:43 PM IST

ETV Bharat / state

କାଗଜ ଫୁଲ ପ୍ରେମରେ ଇସ୍ପାତ ନଗରୀ, ପାର୍କର ଭ୍ରମ ସୃଷ୍ଟି କରୁଛି ରିଂ ରୋଡ଼

କାଗଜ ଫୁଲରେ ସଜେଇ ହୋଇଛି ରାଉରକେଲା ସହରର ରିଂ ରୋଡ । କାଗଜ ଫୁଲ ପାର୍କର ଭ୍ରମ ସୃଷ୍ଟି କରୁଛି ରିଂ ରୋଡ଼। ୧୮ କିଲୋମିଟର ରାସ୍ତାରେ ଭରିଛି କାଗଜ ଫୁଲ। ଅଧିକ ପଢ଼ନ୍ତୁ

ସନ୍ତ ଋତୁର ଆଗମନରେ କାଗଜ ଫୁଲରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ରିଂ ରୋଡ
ସନ୍ତ ଋତୁର ଆଗମନରେ କାଗଜ ଫୁଲରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ରିଂ ରୋଡ

ସନ୍ତ ଋତୁର ଆଗମନରେ କାଗଜ ଫୁଲରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ରିଂ ରୋଡ

ରାଉରକେଲା: କୋମଳତା, ସୁନ୍ଦରତା, ପ୍ରେମ ଆଉ ସ୍ବଚ୍ଛତାର ପ୍ରତୀକ ଫୁଲ । କଅଁଳ ପାଖୁଡ଼ା ବିଭିନ୍ନ ରଙ୍ଗ ନେଇ ଏକ ସାଧାରଣ ସ୍ଥିତିର ଶୋଭା ମଣ୍ଡନ କରେ ଏହି ଫୁଲ । ସେ ସୁବାସିତ ଫୁଲ ହେଉ କି କାଗଜ ଫୁଲ । ମଣିଷ ଜୀବନରେ ଫୁଲର ରହିଛି ଏକ ବିଶେଷ ମହତ୍ତ୍ବ । ଫୁଲର ପ୍ରେମରେ ଖାଲି ଭ୍ରମର ନୁହେଁ , ମଣିଷ ବି ପଡ଼ିଯାଏ । କିନ୍ତୁ ଏବେ ଫୁଲ ପ୍ରେମରେ ପଡ଼ିଛି ଇସ୍ପାତ ନଗରୀ ରାଉରକେଲା । ସେଥିପାଇଁ ତା କୋଳରେ ଦେଖିବାକୁ ମିଳୁଛି ରଙ୍ଗବେରଙ୍ଗର କାଗଜ ଫୁଲ। ରାଉରକେଲାର ଚିକ୍‌ ଚିକ୍‌ ରାସ୍ତାର ସୌନ୍ଦର୍ଯ୍ୟତାକୁ ଦ୍ବିଗୁଣିତ କରୁଛି ଏହି କାଗଜ ଫୁଲ । ରାଉରକେଲାର ଲାଇଫଲାଇନ କୁହାଯାଉଥିବା ରିଂ ରୋଡ୍‌ ରାସ୍ତା କାଗଜ ଫୁଲରେ ସଜେଇ ହେଲା ଭଳି ମନେ ହେଉଛି । ବସନ୍ତ ଋତୁର ଆଗମନରେ କାଗଜ ଫୁଲରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ରିଂ ରୋଡ ।

କାଗଜ ଫୁଲ ସୃଷ୍ଟି କରୁଛି ପାର୍କର ଭ୍ରମ:ଗୋଲାପୀ,ଧଳା, ହଳଦିଆ ରଙ୍ଗର କାଗଜ ଫୁଲରେ ସଜେଇ ହୋଇଛି ରାଉରକେଲା । ରିଂ ରୋଡ୍‌ର ପୁରା ୧୮ କିଲୋମିଟର ରାସ୍ତା ନୂଆ ବୋହୁ ଭଳି ସଜେଇ ହୋଇଥିବା ମନେ ହେଉଛି । ରାଉରକେଲାକୁ ଅପରୂପ ସୌନ୍ଦର୍ଯ୍ୟରେ ଭରି ଦେଇଛି କାଗଜ ଫୁଲ । ପ୍ରେମର ପ୍ରତୀକ ଫୁଲ ଓ ସୌନ୍ଦର୍ଯ୍ୟର ପ୍ରତୀକ ଫୁଲ । ରାଉରକେଲା ସହରର ରିଙ୍ଗ ରୋଡ଼ ବର୍ତ୍ତମାନ ଭ୍ରମ ସୃଷ୍ଟି କରିଛି ଏକ ପାର୍କ ବା ଫୁଲ ବଗିଚାର । ରାଉରକେଲା ସହରର ସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ଟି ସଜାଇ ହୋଇ ରହିଛି କାଗଜ ଫୁଲରେ।

ପଥ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି କାଗଜ ଫୁଲ: ଉତ୍ତମ ସ୍ବାସ୍ଥ୍ୟ ପାଇଁ ମର୍ଣ୍ଣିଂ ୱାର୍କକୁ ଆସୁଥିବା ଲୋକେ ଏହି ରାସ୍ତାରେ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରୁଛନ୍ତି । ରାସ୍ତ କଡରେ କାଗଜ ଫୁଲ ଯାତ୍ରୀଙ୍କୁ ଆକର୍ଷଣ କରୁଛି । ଯେତେ ଟେନସନ ଥାଉ ଯଦି ଜଣେ ଲୋକ ରାଉରକେଲା ରିଙ୍ଗ ରୋଡ଼ ବୁଲିଆସେ ତେବେ ତାର ଟେନସନ ଦୂର ହୋଇଯାଏ ବୋଲି କହିଛନ୍ତି ରାଉରକେଲା ସହରବାସୀ । ତେବେ ଏହି ରିଙ୍ଗ ରୋଡ଼ ରାଉରକେଲା ସହରବାସୀଙ୍କ ମନକୁ ମୋହୁଛି କାଗଜ ଫୁଲ । ରାସ୍ତାରେ ଯାଉଥିବା ଲୋକେ ଏହି ସୁନ୍ଦର ମନଲୋଭା ଦୃଶ୍ୟକୁ ଉପଭୋଗ କରୁଛନ୍ତି ।

କବି ଓ ଲେଖକଙ୍କ ଭାବନାକୁ ପୁଲକିତ କରିଛି : ଏପରି ସୁନ୍ଦର ପରିବେଶକ କବି ଓ ଲେଖକଙ୍କ ମନରେ ପ୍ରେରଣା ଭରି ଦେଉଛି ବୋଲି କବି ଓ ଲେଖକ କହିଛନ୍ତି । ବସନ୍ତ ଋତୁର ଆଗମନରେ ଧରଣୀ ରାଣୀର ଶୋଭା ବଢାଇଛି । ରାଉରକେଲା ଚିର ସବୁଜ ସହର ହୋଇଥିବା ବେଳେ ବସନ୍ତ ଋତୁରେ ଏହାର ପ୍ରକୃତ ସୌନ୍ଦର୍ଯ୍ୟତା ଫୁଟି ବାହାରିଥାଏ ।

ଇଟିଭା ଭାରତ, ରାଉରକେଲା

ABOUT THE AUTHOR

...view details