ଓଡିଶା

odisha

ETV Bharat / state

ପୁଣି ଲଜ୍ଜା: ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଅଭିଯୁକ୍ତ

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ । ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହିରେ ଗତକାଲି(ଗୁରୁବାର) ଦିନ ଦ୍ବିପ୍ରହରରେ ଘଟିଛି ଏହି ଅଘଟଣ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Jul 2, 2021, 9:14 AM IST

Updated : Jul 2, 2021, 9:20 AM IST

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ଅଭିଯୁକ୍ତ
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ: ପୁଣି ଲଜ୍ଜା । ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ । ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହିରେ ଗତକାଲି(ଗୁରୁବାର) ଦିନ ଦ୍ବିପ୍ରହରରେ ଘଟିଛି ଏହି ଘଟଣା । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଯୁବତୀ ଜଣଙ୍କ ତାଙ୍କ ଘରେ ଏକୁଟିଆ ଥିବାବେଳେ ଅଭିଯୁକ୍ତ କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା । ତେବେ ପୀଡିତା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହା ସହିତ ସଂପୃକ୍ତ ଅଭିଯୁକ୍ତର ଫୋନ ଟ୍ରାକିଂ କରି ତାକୁ ଟାଙ୍ଗରପାଲି ବ୍ଲକ ବାଲିଯୋରୀରୁ ଗିରଫ କରିଛି ପୋଲିସ ।

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ଅଭିଯୁକ୍ତ

ଗୁରୁବାର ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ସଦର ଥାନା ପୋଲିସ କେସ ନମ୍ବର 170ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ତା ସଂପର୍କୀୟଙ୍କ ଘରେ ଲୁଚିଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

Last Updated : Jul 2, 2021, 9:20 AM IST

ABOUT THE AUTHOR

...view details