ରାଉରକେଲା: ରଜ ଅବସରରେ ରାଉରକେଲାର କେତେକ ସଂଗଠନ ଗାଁର ମହକ ସହରରେ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଓଡିଶାର କଲା,ସାହିତ୍ୟ ଓ ପରମ୍ପରାର ନବଜାଗରଣ ମଞ୍ଚର ସମ୍ଭାବନା ପରିବାର ପକ୍ଷରୁ ଛେଣ୍ଡ କଲୋନୀରେ ପହିଲି ରଜ କାର୍ୟ୍ଯକ୍ରମର ଆୟୋଜନ କରାଯାଇଛି ।
ସହରରେ ଗାଁର ମହକ, ରଜ ଦୋଳିରେ ରାଉରକେଲା - ରଜ
ନବଜାଗରଣ ମଞ୍ଚର ସମ୍ଭାବନା ପରିବାର ପକ୍ଷରୁ ଛେଣ୍ଡ କଲୋନୀରେ ପହିଲି ରଜ କାର୍ଯ୍ୟକ୍ରମ ଆୟୋଜନ । ସଂସ୍କୃତି ତଥା ପରମ୍ପରା ମାନ ବଞ୍ଚାଇ ରଖିବା ପାଇଁ ଗତ 4 ବର୍ଷ ହେଲା ଏହି ରଜର ଆୟୋଜନ କରି ଆସୁଥିବା ସମ୍ଭାବନା ପରିବାରର ସଦସ୍ୟ ଅନୁରାଧା ପଟ୍ଟନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ପରମ୍ପରା ଅନୁସାରେ ହାତରେ ମେହନ୍ଦି, ଗୋଡ଼ରେ ଅଳତା ଲଗାଇ ଝିଅ ମାନେ ଦୋଳି ଖେଳୁଛନ୍ତି । ପାନ ଖାଇବା ସହିତ ଲୋକେ ପିଠାର ସ୍ବାଦ ଚାଖିଛନ୍ତି । ଖାଲି ଏତିକି ନୁହେଁ ବିଭିନ୍ନ ସାଂସ୍କୃତିକ କାର୍ୟ୍ଯକ୍ରମ ସହିତ ରଜର ମଜା ନେଉଛନ୍ତି ରାଉରକେଲାବାସୀ ସହରର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ନିଜର ପରମ୍ପରା ଭୁଲି ଯାଉଥିବା ବେଳେ ସମ୍ଭାବନା ପରିବାର ଛୋଟ ପିଲାମାନଙ୍କ ମଧ୍ୟରେ ସଂସ୍କୃତି ତଥା ପରମ୍ପରା ମାନ ବଞ୍ଚାଇରଖିବା ପାଇଁ ଗତ 4 ବର୍ଷ ହେଲା ଏହି ରଜର ଆୟୋଜନ କରି ଆସୁଥିବା ସମ୍ଭାବନା ପରିବାରର ସଦସ୍ୟ ଅନୁରାଧା ପଟ୍ଟନାୟକ କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ରାଉରକେଲା