ରାଉରକେଲା:ଆଜି ହେଉଛି ସର୍ବଭାରତୀୟ ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ପ୍ରତିଷ୍ଠା ଦିବସ । ପ୍ରତ୍ୟେକ ବର୍ଷ 6 ଡିସେମ୍ବରରେ ରାଉରକେଲାରେ ଏହି ଦିସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଏ । ତେବେ ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ସହରର ରିଜର୍ଭ ପୋଲିସ ପଡ଼ିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯକ୍ରମରେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତିଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏସପି ମୁକେଶ ଭାମୋ ଓ ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡଙ୍କ ଦ୍ୱାରା ଆକର୍ଷଣୀୟ ପ୍ୟାରେଡ଼ କରାଯାଇଥିଲା । ଏହାପରେ ସମାଜରେ ଯେଉଁମାନେ ଭଲ କାର୍ଯ୍ୟକରି ପୋଲିସ ପ୍ରଶାସନର ନାଁ ରଖିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଉରକେଲା ପୋଲିସ ଜିଲ୍ଲାରେ ନିଜର ପ୍ରଶଂସନୀୟ କାର୍ଯ୍ୟ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଯବାନମାନେ କିପରି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ ଏବଂ କିଭଳି ଭୟଙ୍କର ପରିସ୍ଥିତିକୁ ଆୟତ୍ତକୁ ଅଣାଯାଇପାରିବ ।ତାହାର ମକ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ସିଭିଲ୍ ଡିଫେନ୍ସ ଏବଂ ହୋମଗାର୍ଡଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତିଶେଖର ପ୍ରଶଂସା କରିଥିଲେ ।
ଏହା ମଧ୍ୟ ପଢନ୍ତୁ....ଆଜି ନୌସେନା ଦିବସ, ନୌବୀରଙ୍କ ପରାକାଷ୍ଠାକୁ ସଲାମ